ଅନ୍ୟାନ୍ୟଓଡ଼ିଶା

ମାନବ ଚାଲାଣକୁ ନେଇ ଚିନ୍ତାରେ ଓଡ଼ିଶା ପୋଲିସ।

 ଭୁବନେଶ୍ୱର ,ପୋଲିସ ପକ୍ଷରୁ ସ୍ପେଶାଲ ଟିମ ଗଠନ କରାଯିବା ସହ ମାନବ ଚାଲାଣ ରୋକିବା ନେଇ ବ୍ଲୁ ପ୍ରିିଣ୍ଟ ପ୍ରସ୍ତୁତ। ଦାଦନ ଶ୍ରମିକ ଚାଲାଣ ରୋକିବା, ମହିଳାଙ୍କୁ ସେକ୍ସ ରାକେଟ ପାଇଁ ବାହାର ରାଜ୍ୟ ଓ ବିଦେଶକୁ ଚାଲାଣ ସହ ଶିଶୁ ଚୋରା ଚାଲାଣକୁ କିଭଳି ରୋକା ଯାଇପାରିବ ତାକୁ ନେଇ ରାଜ୍ୟ ପୋଲିସ ଭବନରେ ହୋଇଛି ମାନସମନ୍ଥନ।

କଟକ ଜିଲ୍ଲା ବୈଦେଶ୍ବର ଥାନା ପରିସରରେ,ନିଜ ଝିଅ ଫଟୋ ଧରି ଛିଡା ହୋଇଛନ୍ତି ମୋହନ ଚନ୍ଦ୍ର ସିଂହ । ବାଙ୍କୀ ବ୍ଲକ୍ ଜୟମଙ୍ଗଳ ଗାଁର ମୋହନଙ୍କ ୩୦ ବର୍ଷୀୟା ବିଧବା ଝିଅ ଗଲା ୫ ମାସ ହେବ ନିଖୋଜ ହୋଇଯାଇଛନ୍ତି । ଏ  ନେଇ ସେ ଥାନାରେ ଅଭିଯୋଗ ବି କରିଛନ୍ତି । ଝିଅର ସନ୍ଧାନ ପାଇବା ପାଇଁ ସବୁଦିନ ଥାନାକୁ ଦୌଡୁଛନ୍ତି ।

ହେଲେ ଏ ପର୍ଯ୍ୟନ୍ତ କୌଣସି ଖବର ମିଳୁନାହିଁ । ଝିଅକୁ ଚାଲାଣ କରି ଦିଆଯାଇଥିବା ସେ ସନ୍ଦେହ କରୁଛନ୍ତି ।  ପୁରୀ ଜିଲା ଡେଲାଙ୍ଗ ଥାନାରେ ପିପିଲି ଏସଡିପିଓଙ୍କ  S D P O ଙ୍କ ସହ ଚାଲିଛି କୁଞ୍ଜର ଗାଁ ଲୋକଙ୍କ ଯୁକ୍ତିତର୍କ । ଗାଁର ଦୁଇ ନାବାଳକ ଭାଇ ଗଲା ମାସ ୩୦ ତାରିଖରୁ ନିରୁଦ୍ଦିଷ୍ଟ  ହୋଇଯାଇଥିଲେ ହେଁ ସେମାନଙ୍କ ଏ ପର୍ଯ୍ୟନ୍ତ ଖୋଜ୍ ଖବର ମିଳିପାରିନାହିଁ ।

ପୋଲିସ ତଦନ୍ତରେ ଶିଥିଳତା ଅଭିଯୋଗ କରି ଗ୍ରାମବାସୀ ଥାନାରେ ଧାରଣା ଦେଇଛନ୍ତି । ଖାଲି ଏତିକି ନୁହେଁ ନିକଟରେ ଜଣେ ଝାଡଖଣ୍ଡର ନାବାଳିକାଙ୍କୁ ରାଜଧାନୀ ଭୁବନେଶ୍ବରର ଆଣି ସେକ୍ସ ରାକେଟରେ ନିୟୋଜିତ କରାଯାଇଥିଲା ।  ଘଟଣା ସାମ୍ନାକୁ ଆସିବା ପରେ ଏବେ ଚାଲିଛି ତନାଘନା । ରାଜ୍ୟ ତଥା ରାଜ୍ୟ ବାହାରେ ଏଭଳି ମାନବ ଚାଳାଣକୁ ନେଇ, ଉଦବେଗ ପ୍ରକାଶ ପାଇଥିବା ବେଳେ ଏହାକୁ ରୋକିବା ଲାଗି ଏଣେ ଚାଲିଛି ମାନସ ମନ୍ଥନ । ଭୁବନେଶ୍ବର ପୋଲିସ ଭବନରେ, ଏ ନେଇ ରାଜ୍ୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ମାନବ ଚାଳାଣ ରୋକିବା ଲାଗି ରାଜ୍ୟଗୁଡିକ ସହ ସମନ୍ୱୟ ରକ୍ଷା, ପ୍ରଯୁକ୍ତି ବିଦ୍ୟାର ବ୍ୟବହାର, ଡିଜିଟାଲ ଟ୍ରାକିଂ, ଡାଟା ଅନାଲିସିସ ଉପରେ ଏଥିରେ ଗୁରୁତ୍ୱାରୋପ କରାଯାଇଛି । ମୁଖ୍ୟତଃ ଶ୍ରମିକ ଚାଲାଣକୁ ରୋକିବା ପାଇଁ ପୁନର୍ବାସ ଆଇନ ଯୋଗାଇଦେବାରେ ଏନଜିଓର ଭୂମିକା ସମ୍ପର୍କରେ ଆଲୋଚନା ହୋଇଛି ।

Related Articles

Back to top button