ଓଡ଼ିଶାରାଜନୀତି

ନୂଆପଡ଼ାରେ ବିଜେପି ପକ୍ଷରୁ ବୁଦ୍ଧିଜୀବୀ ସମାବେଶ

ନୂଆପଡ଼ା ତା.୨୮/୧୦/୨୦୨୫ : ନୂଆପଡ଼ା ବିଧାନସଭା ଉପନିର୍ବାଚନ ରେ ବିଜେପି ପକ୍ଷରୁ ବୁଦ୍ଧିଜୀବୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଏକ ହୋଟେଲ ରେ ଅଞ୍ଚଳ ର ସମସ୍ତ ସାମାଜିକ ସାଂସ୍କୃତିକ ସ୍ଵେଚ୍ଛାସେବୀ ଅନୁଷ୍ଠାନ ର କର୍ମକର୍ତ୍ତା ଙ୍କ ସମେତ ସମାଜ ରେ ବିଭିନ୍ନ କ୍ଷେତ୍ର ରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତି ବିଶେଷ ଓ ବୁଦ୍ଧିଜୀବୀ ଏହି ସମାବେଶ ରେ ସାମିଲ ହୋଇଥିଲେ । କେନ୍ଦ୍ର ରେ ବିଜେପି ଓ ଅଣବିଜେପି ସରକାର୍ ମଧ୍ୟରେ ପାର୍ଥକ୍ୟ ଓ ରାଜ୍ୟ ରେ ଗତ ୧୬ ମାସ ର ମୋହନ୍ ମାଝୀ ଙ୍କ ସରକାର ର ଉପଲବ୍ଧି, ମୋଦୀ ଶାସନ ରେ ଦେଶ ର ଆଭ୍ୟନ୍ତରୀଣ ଓ ବାହ୍ୟ ସୁରକ୍ଷା, ଦୁର୍ନୀତି ଭ୍ରଷ୍ଟାଚାର କୁ ନେଇ ଶୂନ୍ୟ ସହନଶୀଳତା, ମୋହନ୍ ମାଝୀ ସରକାରଙ୍କର ଦୃତ ବିକାଶ ବିଷୟ ରେ ଉପସ୍ଥିତ ବିଜେପି ନେତୃବୃନ୍ଦ ଆଲୋକପାତ କରିଥିଲେ । ଏଣୁ ବିଜେପି ହିଁ ବିକାଶ ର ଏକମାତ୍ର ମାଧ୍ୟମ ଓ ଏଥିପାଇଁ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ବିଜୟ ଲାଭ କରିବାର ଆବଶ୍ୟକତା ଅଛି ବୋଲି ନେତୃମଣ୍ଡଳୀ ଦୃଢୋକ୍ତି ବାଢିଥିଲେ ।

ଏହି ସମାବେଶ ରେ ଓଡ଼ିଶା ସରକାର ଙ୍କ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ.କୃଷ୍ଣ ଚନ୍ଦ୍ର ମହାପାତ୍ର, କନ୍ଧମାଳ ସାଂସଦ ଶ୍ରୀଯୁକ୍ତ ଶୁକାନ୍ତ ପାଣିଗ୍ରାହୀ, ଖରୀଆର ରୋଡ଼ ପୌରାଧ୍ୟକ୍ଷା ସାନିଆ ଜୈନ, ପୁର୍ବତନ ବିଧାୟକ କାନ୍ଦ୍ରା ସୋରେନ୍, ଜିଲ୍ଲା ଉପସଭାପତି ଗୋଲ୍ଡି ଅଗ୍ରୱାଲ ପ୍ରମୁଖ ସାମିଲ ହୋଇଥିଲେ ।

Related Articles

Back to top button