ଓଡ଼ିଶାରାଜନୀତି

ନୂଆପଡ଼ାରେ ସାଧାରଣ ସଭା ପରେ ଘରକୁ ଘର ବୁଲି ପ୍ରଚାର କଲେ ମନ୍ତ୍ରୀ ମୁକେଶ ମହାଲିଙ୍ଗ

ନୂଆପଡା /ଭୁବନେଶ୍ୱର,ତା.୨୯/୧୦ : ନୁଆପଡ଼ା ବିଧାନସଭା ଉପନିର୍ବାଚନରେ ଦିନକୁ ଦିନ ବଢ଼ିବାରେ ଲାଗିଛି ରାଜନୀତିକ ଚଳଚଞ୍ଚଳତା । ପ୍ରାର୍ଥୀ ଓ ପ୍ରାର୍ଥୀ ଙ୍କ ସମର୍ଥକ ମାନେ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରି କରୁଛନ୍ତି ଭୋଟ ପ୍ରଚାର୍ ।

ଆଜି ନୂଆପଡ଼ା ର ପରସାଗୁଡ଼ା ଠାରେ ବିଜେପି ପକ୍ଷରୁ ଏକ ବିଶାଳ ଜନସଭା ର ଆୟୋଜନ କରାଯାଇଥିଲା । ସେଥିରେ ଓଡ଼ିଶା ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼ଃ ଶ୍ରୀ ମୁକେଶ ମହାଲିଙ୍ଗ ଯୋଗଦେଇ କହିଛନ୍ତି ଡବଲ ଇଞ୍ଜିନ ବିଜେପି ସରକାରରେ ଡବଲ ଗତି ର ବିକାଶ ରେ ସାମିଲ ହୁଅନ୍ତୁ ନୂଆପଡା ବାସୀ ଏବଂ ବିଜେପି ସରକାର ଡ଼ି.ବି.ଟି ଜରିଆରେ ଲୋକଙ୍କ ପ୍ରକୃତ ଲୋକଙ୍କ ପାଖକୁ ପହଞ୍ଚେଇବାରେ ସଫଳ ହେଇଛି ।

ମହିଳା ଙ୍କୁ ସମ୍ମାନ ର ମିଥ୍ୟା ପ୍ରଚାର କରି ବିଜେଡି ଭୋଟ ନେଉଥିଲା କିନ୍ତୁ ପ୍ରକୃତ ରେ ମାଁ କୁ ସମ୍ମାନ ବିଜେପି ହିଁ ଦିଏ, ଦେଉଛି ଓ ଦେଉଥିବ କହି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଙ୍କ ସପକ୍ଷ ରେ ଭୋଟ ଭିକ୍ଷା କରିଛନ୍ତି ପରେ ପରେ ଘରକୁ ଘର ବୁଲି ନୂଆପଡାରେ ବିଜେପିକୁ ଜିତାଇବା ପାଇଁ ସମସ୍ତଙ୍କୁ ଅପିଲ କରିଛନ୍ତି ।

ଏହି ଅବସରରେ ଜୁନାଗଡ ଏନ.ଏ.ସି ର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ମୁକେଶ ଅଗ୍ରୱାଲ, ମଣ୍ଡଳ ସଭାପତି ସଦାନଦ ଯୋଶି ଙ୍କ ସମେତ ସ୍ଥାନୀୟ ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

Related Articles

Back to top button