
ଭୁବନେଶ୍ୱର , ଓଡ଼ିଶାକୁ ପାରାଦୀପ ମାଧ୍ୟମରେ କିଭଳି ସମୃଦ୍ଧ କରାଯିବ ସେଥିପାଇଁ ଯୋଜନା ଚାଲିଛି।
ପାରାଦୀପ କେବଳ ଜଳପଥ ଓ ସ୍ଥଳ ପଥ ନୁହେଁ ବରଂ ଆକାଶପଥ ସହିତ ମଧ୍ୟ ସଂଯୋଗ କରାଯିବ।
ପାରାଦୀରେ କଳିଙ୍ଗ ବାଲିଯାତ୍ରାର ଉଦଘାଟନ କରି ଏକଥା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଏହାସହ ପାରାଦୀପକୁ ଗ୍ରୀନ ହାଇଡ୍ରୋଜେନ ହବ୍ କରାଯିବ ବୋଲି ଘୋଷଣା କରିଛନ୍ତି।
ସେହିଭଳି ପାରାଦୀପକୁ ପର୍ଯ୍ୟଟନର କେନ୍ଦ୍ରସ୍ଥଳୀ କରିବା ପାଇଁ,ମଙ୍ଗଳା ନଦୀରେ କ୍ରୁଜ ଟର୍ମିନାଲ ନିର୍ମାଣ ଲାଗି ରାଜ୍ୟ ସରକାର ୫୦୦ କୋଟି ଟଙ୍କାର ଅର୍ଥ ବ୍ୟବସ୍ଥା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।




