
ଭୁବନେଶ୍ୱର, ଆଜି ବିଜେପି ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁଣି ପ୍ରଚାରକୁ ଓହ୍ଲାଇବେ ।ପ୍ରଚାର ପାଇଁ ସମୟ ସରି ଆସୁଥିବାରୁ ମୈଦାନରେ ଜି-ଜାନ୍ ଲଗେଇ ଦେଇଛନ୍ତି ସବୁ ଦଳ। ଆସନ୍ତାକାଲି ପ୍ରଚାରର ଶେଷ ଦିନ।
ସେପଟେ ଗତକାଲି ପୁଣି ପ୍ରଚାର ମଞ୍ଚରୁ ନିଜ ଅଭିଭାଷଣରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଉଠାଇଥିଲେ ପ୍ରାର୍ଥୀ ଚୋରି ଓ ବେଇମାନି ପ୍ରସଙ୍ଗ।
ନବୀନ କହିଛନ୍ତି ରାଜୁ ଢୋଲକିଆଙ୍କୁ ସେ କ୍ୟାବିନେଟ୍ ମନ୍ତ୍ରୀ କରିଥିଲେ, ନୂଆପଡ଼ାରେ ବିକାଶ ଚାଲିଥିଲା- ହେଲେ ଏବେ ତାହ ଠପ୍। ମିଛ ପ୍ରତିଶ୍ରୁତିରେ ସରକାର ଚାଲେନି। ଆପଣଙ୍କ ଓ ମୋ ସହ ବେଇମାନି ହୋଇଛି। ପ୍ରାର୍ଥୀ ଚୋରି କରି ଭୋଟରଙ୍କ ଦୃଦୟ ଜିତି ପାରିବେନି। ନୂଆପଡ଼ା ବାସୀ ତାର ଉଚିତ୍ ଜବାବ ଦେବେ।
ଏହି ପ୍ରସଙ୍ଗ ଉଠାଇଥିବା ନବୀନଙ୍କୁ କିନ୍ତୁ କୋମନାରେ ଜବାବ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।। ସେପଟେ କଂଗ୍ରେସ ମଧ୍ୟ ଜୋରଦାର ପ୍ରଚାର କରୁଛି।




