ମନୋରଞ୍ଜନସ୍ୱାସ୍ଥ୍ୟ

ହସିପଟାଲରୁ ଡିସଚାର୍ଜ ହେଲେ ଧର୍ମେନ୍ଦ୍ର ।

 ଭୁବନେଶ୍ୱର ,ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସିପଟାଲରୁ ଡିସଚାର୍ଜ ହେଲେ ଧର୍ମେନ୍ଦ୍ର । ଆମ୍ବୁଲାନସ ଯୋଗେ ନିଜ ଘରକୁ ଯାଇଛନ୍ତି । ନିଜ ଘରେ ଧର୍ମେନ୍ଦ୍ରଙ୍କ ଚିକିତ୍ସା କରାଯିବ ବୋଲି ତାଙ୍କ ପୁଅ ସନ୍ନି ଦେଓଲ କହିଛନ୍ତି ।କିନ୍ତୁ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଖବରର ମିଛ ପ୍ରଚାର ହୋଇଥିଲା ଯାହାକୁ ନେଇ କ୍ଷୁବ୍ଧ ଦେଓଲ ପରିବାର ।  ଧର୍ମେନ୍ଦ୍ରଙ୍କ ପତ୍ନୀ ତଥା ବିଜେପି ନେତ୍ରୀ ହେମାମାଳିନୀ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଗୁଜବର ଭୁଲ ଖବର ପ୍ରସାର କରୁଥିବ ଗଣମାଧ୍ୟମକୁ ନିନ୍ଦା କରିଛନ୍ତି ।

ସେ କହିଛନ୍ତି ଏଭଳି ଆଚରଣ ଅଶୋଭନୀୟ  ଏବଂ ଦୟାକରି ପରିବାରର ପ୍ରାଇଭେସିକୁ ସମ୍ମାନ ଦିଅନ୍ତୁ।  ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଖବର ସେତେବେଳେ ଭାଇରାଲ ହେଲା ଯେତେବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଲେଖକ-ଗୀତିକାର ଜାଭେଦ ଅଖତର ସୋସିଆଲ ମିଡିଆରେ ଭୁଲ ଭାବେ ଏକ ପୋଷ୍ଟ ସେୟାର କଲେ । ଯାହା ଧର୍ମେନ୍ଦ୍ରଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଦ୍ୱନ୍ଦ୍ୱ ସୃଷ୍ଟି କରିଥିଲା।

ଧର୍ମେନ୍ଦ୍ରଙ୍କ ସ୍ବାସ୍ଥ୍ୟରେ ସୁଧାର ଆସିବା ଖବର ପରେ ତାଙ୍କ ଘର ଆଗରେ ପ୍ରଶଂସକଙ୍କ ଭିଡ ଜମିଥିଲା । ୩୦୦ରୁ ଅଧିକ ସିନେମାରେ, ଅଭିନୟ କରିଥିବା ଧର୍ମେନ୍ଦ୍ର ହିନ୍ଦୀ ସିନେମା ଜଗତର ସବୁଠୁ ଲୋକପ୍ରିୟ ଅଭିନେତାମାନଙ୍କ ମଧ୍ୟରୁ ଜଣେ । ଏବେ ରିସେଣ୍ଟଲି ‘ରକି ଔର ରାନୀ କି ପ୍ରେମ କହାଣୀ’ ଏବଂ ‘ତେରି ବାତୋଁ ମେଁ ଐସା ଉଲଝା ଜିୟା’ ଫିଲ୍ମରେ ଅଭିନୟ କରିଥିଲେ ଆଉ ଯାହାକୁ ଖୁବ ପସନ୍ଦ କରିଥିଲେ ସିନେପ୍ରେମୀ ।

Related Articles

Back to top button