
ଭୁବନେଶ୍ୱର ,କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (CAPFs) ଏବଂ SSF ରେ କନଷ୍ଟେବଳ (GD) ଏବଂ ଆସାମ ରାଇଫଲ୍ସରେ ରାଇଫଲମ୍ୟାନ୍ (GD) ପଦବୀ ପାଇଁ ଆବେଦନ କରିବାକୁ ଆଗ୍ରହୀ ପ୍ରାର୍ଥୀମାନେ ସରକାରୀ SSC ୱେବସାଇଟ୍, ssc.gov.in ମାଧ୍ୟମରେ ଆବେଦନ କରିପାରିବେ।ଅନଲାଇନ୍ ଫି ପେମେଣ୍ଟର ଶେଷ ତାରିଖ ହେଉଛି, ଜାନୁଆରୀ ୧, ୨୦୨୬ । ଏହି ନିଯୁକ୍ତି ପରୀକ୍ଷା ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ଡିସେମ୍ବର ୩୧,୨୦୨୫ । ଆଗ୍ରହୀ ପ୍ରାର୍ଥୀମାନେ ଏହି ତାରିଖ କିମ୍ବା ଏହା ପୂର୍ବରୁ ଆବେଦନ କରିପାରିବେ। ଫିସ୍ କେବଳ ଅନଲାଇନ୍ ପେମେଣ୍ଟ ମୋଡ୍, ଯଥା, BHIM UPI, ନେଟ୍ ବ୍ୟାଙ୍କିଂ, କିମ୍ବା Visa, Mastercard, Maestro, କିମ୍ବା RuPay ଡେବିଟ୍ କାର୍ଡ ମାଧ୍ୟମରେ ପ୍ରଦାନ କରାଯାଇପାରିବ।ଆବେଦନ ଫିସ୍ ୧୦୦ ଟଙ୍କା ଅଟେ । ମହିଳା ପ୍ରାର୍ଥୀ ଏବଂ ଅନୁସୂଚିତ ଜାତି (SC), ଅନୁସୂଚିତ ଜନଜାତି (ST), ଏବଂ ପୂର୍ବତନ ସୈନିକ (ESM) ବର୍ଗର ପ୍ରାର୍ଥୀ ଯେଉଁମାନେ ସଂରକ୍ଷଣ ପାଇଁ ଯୋଗ୍ୟ ସେମାନେ ମାଗଣା ଆବେଦନ କରିପାରିବେ ।ନିଯୁକ୍ତି ପ୍ରକ୍ରିୟାରେ,ଶାରୀରିକ ଦକ୍ଷତା ପରୀକ୍ଷା (PET), ଡାକ୍ତରୀ ପରୀକ୍ଷା,କମ୍ପ୍ୟୁଟର ଆଧାରିତ ପରୀକ୍ଷା (CBE), ଅନ୍ତର୍ଭୁକ୍ତ ହେବ।ଆବେଦନ ଫିସ୍ ୧୦୦ ଟଙ୍କା ଅଟେ ।




