ଅନ୍ୟାନ୍ୟରାଜନୀତି

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ନେଇ କିଛି ଚର୍ଚ୍ଚା

ଭୁବନେଶ୍ୱର, ବିହାରରେ NDAର ବାଜିମାତ୍‌ ପରେ ଧୀରେ ଧୀରେ ଝାଡ଼ଖଣ୍ଡର ଅଙ୍କ ବଦଳିବା ଆରମ୍ଭ କରିଥିବା କୁହାଯାଉଛି । ବିହାରରେ  ପରାଜୟ ପରେ,ବିରୋଧୀ ଶିବିର ଏକପ୍ରକାର ଅସ୍ଥିର ହୋଇଛି । ମେଣ୍ଟ ଭିତରେ ବିଭିନ୍ନ ଫାଟ ସାମ୍ନାକୁ ଆସୁଛି ।   ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହେଲାଣି । କାରଣ  ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଓ ତାଙ୍କ ପତ୍ନୀ କଳ୍ପନା ସୋରେନ ଦିଲ୍ଲୀରେ BJPର ଶୀର୍ଷ ନେତାଙ୍କୁ ଭେଟିଥିବା ସୂଚନା ମିଳିଛି । ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଉଭୟ ସାକ୍ଷାତ କରିଛନ୍ତି । ଖାଲି ଏସତିକି ନୁହେଁ, ଝାଡ଼ଖଣ୍ଡ ରାଜ୍ୟପାଳ ସନ୍ତୋଷ ଗଙ୍ଗୱାର ମଧ୍ୟ ମଙ୍ଗଳବାର ନୂଆଦିଲ୍ଲୀରେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟି କିଛି ଆଲୋଚନା କରିଛନ୍ତି । ଯାହାକି ହେମନ୍ତଙ୍କ ବିଜେପି ଯାତ୍ରା ଖବରକୁ ଆହୁରି ଖୋରାକ ଯୋଗାଇଛି । ହେମନ୍ତ ସୋରେନ ବର୍ତ୍ତମାନ ମେଣ୍ଟ ସରକାରର ମୁଖ୍ୟମନ୍ତ୍ରୀ ଅଛନ୍ତି । JMM, କଂଗ୍ରେସ, ଆରଜେଡି ଓ ବାମ ଦଳ ମିଶି ଝାଡ଼ଖଣ୍ଡରେ ଗଢ଼ିଛନ୍ତି ମେଣ୍ଟ ସରକାର । ଝାଡ଼ଖଣ୍ଡ ବିଧାନସଭାର ସିଟ୍‌ ସଂଖ୍ୟା ୮୧ । ବହୁମତ ପାଇଁ ଆବଶ୍ୟକ ୪୧ ଆସନ । ତେଣୁ ଏହି ସମସ୍ତଙ୍କ ସିଟ୍‌ ସଂଖ୍ୟା ମିଶି ୫୬ ଥିବାରୁ ଝାଡ଼ଖଣ୍ଡରେ ହୋଇଛି ହେମନ୍ତ ସରକାର ।

Related Articles

Back to top button