
ଭୁବନେଶ୍ୱର ,ଆଜି ସନ୍ଧ୍ୟା ୭ଟାରେ ଖେଳାଯିବ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚ୍।ଫ୍ଲଡ୍ ଲାଇଟ ଯାଞ୍ଚ ସହ ଭଳିକି ଭଳି ରଙ୍ଗୀନ ଆଲୁଅରେ ସଜେଇ ହୋଇଛି ପୁରା ଷ୍ଟାଡିୟମ। ମ୍ୟାଚ୍ ବେଳେ ସୁରକ୍ଷା ଦାୟିତ୍ବରେ ରହିବେ ପ୍ରାୟ ୫୦ ପ୍ଲାଟୁନ୍ ଫୋର୍ସ ଓ ୩୦୦ରୁ ଅଧିକ ଅଧିକାରୀ। ପାର୍କିଂ ପାଇଁ ୬ଟି ସ୍ଥାନରେ ହୋଇଛି ବ୍ୟବସ୍ଥା।
ଗତକାଲି ପ୍ରେସମିଟରେ ଟିମ୍ ଇଣ୍ଡିଆରେ ବିଶେଷ ପରିବର୍ତ୍ତନ ହେବନି ବୋଲି କ୍ୟାପନେଟ୍ ସୂର୍ଯ୍ୟକୁମାର ଇସାରା କରିଛନ୍ତି। ସେପଟେ ଟିମ୍ ଇଣ୍ଡିଆ ଉପ ଅଧିନାୟକ ଶୁଭମନ ଗିଲ୍ ପଡିଆରେ ଅଭ୍ୟାସ କରିଛନ୍ତି।
ସେ ସୁସ୍ଥ ହୋଇଥିବାରୁ ଟି-ଟ୍ବେଣ୍ଟିରେ ଅଭିଷେକ ଶର୍ମାଙ୍କ ସହ ଶୁଭମନ୍ ଓପନିଂ କରିବା ନିଶ୍ଚିତ ହୋଇଛି। ଆସନ୍ତା ବର୍ଷ ଟି-ଟ୍ବେଣ୍ଟି ବିଶ୍ବକପ ରହିଥିବାରୁ ଏହି ସିରିଜ୍ ଉଭୟ ଦଳ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ। ଗତକାଲି ୩ ଘଣ୍ଟାରେ ନେଟ୍ ପ୍ରାକ୍ଟିସ୍ ସହ ବାରବାଟୀର ନାଲି ପିଚ୍ କୁ ତନ୍ନ ତନ୍ନ ପରଖିଛନ୍ତି କ୍ୟାପଟେନ୍ ସୂର୍ଯ୍ୟକୁମାର।



