
ଭୁବନେଶ୍ୱର, ଆଜି ଗୁରୁତ୍ୱପୂର୍ଣ୍ଣ ବିଲ ଉପସ୍ଥାପନ କରିବେ ସଂସଦୀୟ ବ୍ୟାପାର ମନ୍ତ୍ରୀ, ମୁକେଶ ମହାଲିଙ୍ଗ ବିଧାୟକ, ମନ୍ତ୍ରୀ, ଉପବାଚସ୍ପତି ଓ ପୂର୍ବ ବିଧାୟକଙ୍କ ଦରମା, ଭତ୍ତା ବଢିବା ନେଇ ବିଧାନସଭା ଗୃହରେ ।
ପୂର୍ବରୁ ଏହା ଉପରେ କେତେ ଆଲୋଚନା ଓ ଦାବି ହୋଇ ଆସୁଥିଲା । କିନ୍ତୁ ଆଜି ତାହା କାର୍ଯ୍ୟକାରୀ ହେବାକୁ ଯାଇଛି ।
ବର୍ତ୍ତମାନ ବିଧାୟକଙ୍କ ଦରମା ୯୯ ହଜାର ଟଙ୍କା ରହିଛି । ଦରମା ଏବଂ ଭତ୍ତା ବାବଦକୁ ନେଇ ବିଧାୟକମାନେ ୯୯ ହଜାର ଟଙ୍କା ପାଉଛନ୍ତି ।
ତେବେ ଏହାକୁ ଯଦି ସଂଶୋଧନ କରି ଲାଗୁ କରାଯାଏ, ତାହାହେଲେ ବିଧାୟକଙ୍କ ଦରମା ଅଢେଇ ଲକ୍ଷ ଟଙ୍କା ହୋଇପାରେ ।




