ସମସ୍ତଙ୍କ ନଜର ଏବେ ଦ୍ୱିତୀୟ ଟି-୨୦ ଉପରେ

ଭୁବନେଶ୍ୱର ,ସମସ୍ତଙ୍କ ନଜର ଆଜି ର ଦ୍ୱିତୀୟ ଟି-୨୦ ଉପରେ, ଯେଉଁଠାରେ ଦୁଇ ଦଳ ଚଣ୍ଡିଗଡ଼ର ମୁଲାନପୁରର ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ, ମୁହାଁମୁହିଁ ହେବେ।ପ୍ରଥମ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ସମ୍ପୂର୍ଣ୍ଣ ଦୁର୍ବଳ ହୋଇଯାଇଥିଲା। ମିଲର, ମାର୍କରାମ,ଏବଂ ବ୍ରେଭିସ୍ ଭଳି ଖେଳାଳି ଏଥର ଦାୟିତ୍ୱପୂର୍ଣ୍ଣ ଭାବରେ ଖେଳିବାକୁ ଚେଷ୍ଟା କରିବେ। ଦଳରେ କୌଣସି ବଡ଼ ପରିବର୍ତ୍ତନ ଆଶା କରାଯାଇନାହିଁ, କିନ୍ତୁ ବ୍ୟାଟିଂ କ୍ରମରେ ପରିବର୍ତ୍ତନକୁ ଏଡ଼ାଇ ଦିଆଯାଇପାରିବ ନାହିଁ।
ଅଭିଷେକ ଶର୍ମାଙ୍କ ବୋଲିଂର ତୀକ୍ଷ୍ଣତା, ଦଳର ଆତ୍ମବିଶ୍ୱାସକୁ, ବୃଦ୍ଧି କରିଛି।ଭାରତୀୟ ଦଳର ମିଶ୍ରଣ ବର୍ତ୍ତମାନ ସନ୍ତୁଳିତ ଦେଖାଯାଉଛି।ହେଲେ, ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏବଂ ଉପ-ଅଧିନାୟକ ଶୁଭମନ ଗିଲଙ୍କ ଫର୍ମ ଚିନ୍ତାର ବିଷୟ ପାଲଟିଛି। ପ୍ରଥମ ମ୍ୟାଚ୍ ଆରମ୍ଭରେ ଉଭୟ ଆଉଟ୍ ହୋଇଥିଲେ, ତେଣୁ ଏଥର ସେମାନଙ୍କଠାରୁ ଏକ ବଡ଼ ଇନିଂସ ଆଶା କରାଯିବ।ବୋଲିଂରେ, ଭାରତର ସ୍ପିନ୍ ଯୋଡ଼ି ବରୁଣ ଚକ୍ରବର୍ତ୍ତୀ ଏବଂ ଅକ୍ଷର ପଟେଲ ଦକ୍ଷିଣ ଆଫ୍ରିକାକୁ ଚାପରେ ରଖିଥିଲେ। ଜସପ୍ରିତ ବୁମରାହଙ୍କ ଗତି ଏବଂ ଅର୍ଶଦୀପ ସିଂହଙ୍କ ସ୍ୱିଙ୍ଗ୍ ମଧ୍ୟ ଦଳର ପ୍ରମୁଖ ଶକ୍ତି। ପ୍ରଥମ ଟି-୨୦ରେ ଦକ୍ଷିଣ ଆଫ୍ରିକାକୁ ମାତ୍ର ୭୪ ରନ୍ ରେ ଅଲଆଉଟ୍ କରି ଭାରତର ୧୦୧ ରନ୍ ବିଜୟ ସିରିଜର ମୋଡ଼କୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି।




