ଅନ୍ତର୍ଜାତୀୟକ୍ରୀଡ଼ା

ଶୁଭମନ ଗିଲ ଙ୍କୁ ନେଇ ବଡ ପ୍ରଶ୍ନ

ଭୁବନେଶ୍ୱର ,ପ୍ରଥମ ଟି-ଟ୍ବେଣ୍ଟି ଓ ଦ୍ବିତୀୟ ଟି-ଟ୍ବେଣ୍ଟି ରେ ଶୁଭମନଙ୍କ ଫର୍ମାଟକୁ ନେଇ ଅନେକ ବିବାଦ ଆରମ୍ଭ ହୋଇ ସାରିଲାଣି।ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ  ଚାଲିଥିବା ମ୍ଯାଚ 1-1ରେ ବରାବର ହୋଇସାରିଛି। ପ୍ରଥଣ ମ୍ଯାଚରେ ଭାରତ ବାଜି ମାରିଥିବା ବେଳେ, ଦ୍ବିତୀୟ ମ୍ଯାଚରେ ଦକ୍ଷିଣ ଆଫ୍ରିକା ବିଜୟୀ ହୋଇଛି। ପ୍ରଥମ ମ୍ଯାଚରେ ଶୁଭମନ ଗିଲ କେବଳ ଗୋଟିଏ ଚଉକା ମାରିବା ପରେ ଆଉଟ ହୋଇଯାଇଥିଲେ।  ବର୍ତ୍ତମାନ ତାଙ୍କ ଫର୍ମାଟିଂ ନେଇ ବିଭିନ୍ନ ମହଲରେ ପ୍ରଶ୍ନ କରାଯାଉଛି।ଆଶିଷ ନେହେରା କହିଛନ୍ତି ଯେ, ଟି-୨୦ ଫର୍ମାଟରେ କେବଳ ଦୁଇଟି ମ୍ୟାଚ୍ ପରେ ଶୁଭମନ ଗିଲ୍ ଭଳି ଖେଳାଳିଙ୍କୁ ବିଚାର କରିବା ଭୁଲ।ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଯେତେବେଳେ ପଚରାଗଲା ଯେ ସେ IPL ଆରମ୍ଭ ହେବାକୁ ତିନି ମାସ ବାକି ଥିବାରୁ ଗିଲ୍‌ଙ୍କ ଫର୍ମ ବିଷୟରେ ଚିନ୍ତିତ କି, ନେହେରା ଉତ୍ତର ଦେଇଥିଲେ, “ତିନି ମାସ ଭୁଲିଯାଅ, ଯଦିଓ I P L  ତିନି ମାସ ପରେ ଆରମ୍ଭ ହେବ, ମୁଁ ଚିନ୍ତିତ ହେବି ନାହିଁ କାରଣ ଆପଣ ଟି-୨୦ ଭଳି ଫର୍ମାଟ୍ ବିଷୟରେ କହୁଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ କେବଳ ଦୁଇଟି ମ୍ୟାଚ୍ ଖେଳାଯାଇଛି। ଆଗକୁ ଆହୁରୀ ତିନୋଟି ମ୍ଯାଚ ବାକି ଅଛି।ୱାଶିଂଟନ ସୁନ୍ଦର ଗତ ସଂସ୍କରଣରେ ଗୁଜୁରାଟ ଟାଇଟାନ୍ସ ପାଇଁ କେବଳ ଛଅଟି ମ୍ୟାଚ୍ ଖେଳିଥିଲେ। ଦଳର ମୁଖ୍ୟ ପ୍ରଶିକ୍ଷକ ଇଙ୍ଗିତ ଦେଇଥିଲେ ଯେ ଯଦି ସେ ଫିଟ୍ ରୁହନ୍ତି, ତେବେ ତାଙ୍କୁ ଏଥର ଅଧିକ ମ୍ୟାଚ୍ ଖେଳିବାର ସୁଯୋଗ ମିଳିପାରିବ।IPL ନିଲାମ ଡିସେମ୍ବର ୧୬ ତାରିଖରେ ଆବୁଧାବିରେ ଅନୁଷ୍ଠିତ ହେବ। ଗୁଜୁରାଟ ଟାଇଟାନ୍ସ ନିଲାମରେ ସର୍ବାଧିକ ପାଞ୍ଚ ଜଣ ଖେଳାଳିଙ୍କୁ କିଣିପାରିବ, ଏଥିମଧ୍ୟରୁ ଚାରୋଟି ସ୍ଲଟ୍ ବିଦେଶୀ ଖେଳାଳିଙ୍କ ପାଇଁ ଉପଲବ୍ଧ।

 

Related Articles

Back to top button