
ଭୁବନେଶ୍ୱର ,ରାଜ୍ୟ ସରକାରଙ୍କ ସମନ୍ୱିତ ଶିଶୁ ବିକାଶ ଯୋଜନା ନିୟମ ଅନୁଯାୟୀ ୬ ମାସରୁ ୩ ବର୍ଷର ଶିଶୁ, ୧୫ରୁ ୧୮ ବର୍ଷ ୧୧ ମାସର କିଶୋରୀ କନ୍ୟା, ଗର୍ଭବତୀ, ପ୍ରସୂତିମାନଙ୍କୁ ପୁଷ୍ଟିକର ଖାଦ୍ୟ ମିଳିବାର ଯୋଜନା ରହିଛି। ହେଲେ ଏ ଯୋଜନା ଦିନକୁ ଦିନ ଦିଗଭ୍ରଷ୍ଟ ହେବାରେ ଲାଗିଛି।ଜଳେଶ୍ୱର ବ୍ଲକ ରେ କମଳା SHGକୁ ପଞ୍ଚାୟତର ଅଙ୍ଗନୱାଡି କେନ୍ଦ୍ରକୁ ଖାଦ୍ୟ ଯୋଗାଇବା ପାଇଁ ସରକାର, ନିର୍ଦ୍ଦେଶ ରହିଛି। ମାତ୍ର ଜଳେଶ୍ୱର ବ୍ଲକରେ, ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଜଳେଶ୍ୱର ବ୍ଲକର କୃଷ୍ଣନଗର ଓ ହାତପଦା ଅଙ୍ଗନବାଡି ସମେତ ପ୍ରାୟ ୮୦ ଭାଗ କେନ୍ଦ୍ରକୁ ଆସୁଥିବା ଖାଦ୍ୟ ସେଣ୍ଟରରେ ପହଞ୍ଚି ପାରିନାହିଁ ବୋଲି ଅଙ୍ଗନବାଡି କର୍ମୀ କହିଛନ୍ତି। ଏନେଇ ଜଳେଶ୍ୱର CDPO ମିନତୀ ସିଂହ କୁ ପଚାରିବାରୁ ଖାଦ୍ୟ ପ୍ରସ୍ତୁତ ପାଇଁ ୫୦ କୁଇଣ୍ଟାଲ ଗହମ ଅଭାବ ଅଛି ଏବଂ ନୂତନ ଭାବେ SHG ଦାୟିତ୍ୱ ନେଇଥିବାରୁ ବିଳମ୍ବ ହୋଇଛି ବୋଲି କହିଛନ୍ତି।କେନ୍ଦ୍ରକୁ ଆସି ଫେରୁଛନ୍ତି ଅଭିଭାବକ। ସରକାରଙ୍କ ନିୟମାନୁଯାୟୀ, ପ୍ରତ୍ୟେକ ମାସ ୧ ତାରିଖରୁ ପୁଷ୍ଟିକର ତଥା ସନ୍ତୁଳିତ ଆହାର ଜିଲ୍ଲା ଡିଏସଡବ୍ଲ୍ୟୁ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଯୋଗାଇ ଦେବାର ନିୟମ ରହିଥି୍ବା ବେଳେ ଏଯାଏ ମିଳି ନାହିଁ। ଏନେଇ ଜଳେଶ୍ଵର ବ୍ଳକର ବିଭିନ୍ନ ପଞ୍ଚାୟତର ମହିଳା ମାନେ ଅଭିଯୋଗ କରିଛନ୍ତି।




