ବାଣିଜ୍ୟସ୍ୱାସ୍ଥ୍ୟ

ଅସ୍ବାସ୍ଥ୍ୟକର ମାଛ ବିକ୍ରି

ଭୁବନେଶ୍ୱର ,ଜଳେଶ୍ଵର ଥାନା ବଜାର ମାଛ ବଜାର ଉତ୍ତର ବାଲେଶ୍ଵରର ଏକ ପ୍ରମୁଖ ବ୍ୟସ୍ତବହୁଳ ମାଛ ବଜାର ଅଟେ। ପ୍ରତିଦିନ ହଜାର ହଜାର ଲୋକେ ଏହି ମାଛ ବଜାର ଉପରେ ଲୋକେ ନିର୍ଭର କରିଥାନ୍ତି। କିନ୍ତୁ ଏହି ବଜାରରେ, ମାଛ ବିକ୍ରି ସମୟରେ ନିୟମିତ ଭାବେ ଓଜନରେ ଠକାମୀ କରାଯାଉଥିବା, ମାଛକୁ ସତେଜ ରଖିବା ଓ ଗ୍ରାହକଙ୍କ ମନ କିଣିବା ପାଇଁ ରଙ୍ଗ ବୋଳା ତଥା କେମିକାଲ ବୋଳା ମାଛ ବିକ୍ରି ହେଉଥିବା ନେଇ ଅଭିଯୋଗ ହୋଇ ଆସୁଥିଲା। ଏହି ଅନିୟମିତତାକୁ ନିୟନ୍ତ୍ରଣରେ ଆଣିବାକୁ ଅଥବା ରୋକ ଲଗାଇବାକୁ ଗତକାଲି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପ୍ରଶାସନ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିଲା।ଏହି ଟିମ୍ ଜଳେଶ୍ୱର ଥାନା ବଜାରର ଏହି ମାଛ ମାର୍କେଟ ଉପରେ ଚଢାଉ କରିଥିଲା । ଟିମ୍ ର ନେତୃତ୍ବ ଜଳେଶ୍ଵର ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ହେମନ୍ତ କୁମାର ସିଂ ନେଇଥିବା ବେଳେ ଜଳେଶ୍ବର  I I Cଅଶୋକ ବାରିକ,ଖାଦ୍ୟ ନିରାପତ୍ତା ଅଧିକାରୀ ଶଶିକାନ୍ତ ବେହେରା, ଓଜନ ଓ ପରିମାପ ବିଭାଗର ଇନ୍ସପେକ୍ଟର ଚିନ୍ମୟ କୁମାର ଜେନା, ଓଜନ ଓ ପରିମାପ ବିଭାଗ  ସ୍ଥିତ ଏନଫୋର୍ସମେଣ୍ଟ ଅଫିସର ବୁଦ୍ଧେନ୍ଦୁ ସିଦ୍ଧେଶ୍ୱର ଲେଙ୍କା ତଥା ପୌରପାଳିକାର ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Related Articles

Back to top button