ଅନ୍ୟାନ୍ୟଓଡ଼ିଶା

ମୁହାଁମୁହିଁ ଅସାମାଜିକ ବ୍ୟକ୍ତି ଓ ଅବକାରୀ ଅଧିକାରୀ

ଭୁବନେଶ୍ୱର ,ଅବକାରୀ ବିଭାଗ ଗତକାଲି ରାତିରେ ଭୁବନେଶ୍ବରର ବିଭିନ୍ନ ବାର୍ ରେଡ୍ କରିଥିଲା । ଅବକାରୀ ଅଫିସର୍ ୟୁନିଫର୍ମରେ ଥିବା ସତ୍ତ୍ବେ ତାଙ୍କ ଉପରେ ହମଲା କରିଥିଲେ କିଛି ଲୋକେ।

ଅବକାରୀ ଅଧିକାରୀଙ୍କୁ ଆକ୍ରମଣ କରିଥିଲେ, କିଛି ଅସାମାଜିକ ବ୍ୟକ୍ତି।

ଖାଲି ସେତିକି ନୁହେଁ ବାର୍ ରେ ରେଡ୍ କୁ ବି ଏମାନେ ବିରୋଧ କରିଥିଲେ। ଘଟଣାକୁ ନେଇ ଚନ୍ଦ୍ରଶେଖର ଥାନାରେ ଅଭିଯୋଗ ପରେ ଦୁଇ ଜଣଙ୍କୁ ଅଟକ ରଖିଛି ପୋଲିସ୍।

ମଧ୍ୟରାତ୍ରୀ ଯାଏଁ ବାର୍ ଓ କ୍ଲବ ଚଲାଇବା ତାସହ ଅନେକ ନିୟମ ଉଲ୍ଲଂଘନ କରୁଥିବା ଅଭିଯୋଗରେ,

ଏହି ରେଡ୍ ହୋଇଛି।ଗତକାଲି, ପବ୍, କ୍ଲବ୍, ବିୟର୍ ପାର୍ଲର୍,୧୫୫ଟି ବାର୍, ଉପରେ ହୋଇଛି ଚଢାଉ।

Related Articles

Back to top button