ଓଡ଼ିଶାରାଜନୀତି

ବର୍ଦ୍ଧିତ ଦରମାକୁ ରାଜନୈତିକ ନାପସନ୍ଦ

ଭୁବନେଶ୍ୱର ,ଓଡ଼ିଶା ଭଳି ଗରୀବ ଦେଶରେ ଯେଉଁଠି କର୍ମଚାରୀ ୧୦ ହଜାର ଟଙ୍କାରେ ଖଟୁଛନ୍ତି ସେଠି ବିଧାୟକମାନେ ୩ ଲକ୍ଷ ୨୬ ହଜାର ଟଙ୍କା ପାଇବେ। ଯାହାକୁ ନେଇ ବିବାଦ ଜୋର ଧରିଛି।ବର୍ଦ୍ଧିତ ଦରମା ନନେବାକୁ, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖି ଅବଗତ କରାଇଲେ ନବୀନ। ତାସହ ମୁଖ୍ୟମନ୍ତ୍ରୀଙ୍କୁ ଚିଠିରେ କହିଲେ ବର୍ଦ୍ଧିତ ଦରମା ଗରିବଙ୍କ ସେବାରେ ବିନିଯୋଗ କରାଯାଉ। ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା, ଭତ୍ତା ଓ ପେନସନ୍ ବିଲ-୨୦୨୫ ଗୃହରେ ପାରିତ ହେବାପରେ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି। ଏହାକୁ ଅନେକ ରାଜନୈତିକ ନାପସନ୍ଦ ମଧ୍ୟ କରିଛନ୍ତି। ବିଧାୟକମାନେ ପୂର୍ବରୁ ମୂଳ ଦରମା ବାବଦରେ ୪୦ ହଜାର ଟଙ୍କା ପାଉଥିବାବେଳେ ଏଣିକି ତାହାକୁ ୯୬ ହଜାର ଟଙ୍କାଙ୍କୁ ବୃଦ୍ଧି କରାଯାଇଛି। ବିଧାୟକମାନଙ୍କୁ ନିର୍ବାଚନମଣ୍ଡଳୀ ଓ ଲୋକସେବା ଭବନ ଗସ୍ତ ଖର୍ଚ୍ଚ ଭତ୍ତା ବାବଦକୁ ୨୦ ହଜାର ବଦଳରେ ୭୫ ହଜାର ଟଙ୍କା ମିଳିବ। କମିଟି ବୈଠକ ଭତ୍ତା ୧୫୦୦ ଟଙ୍କା ବଦଳରେ ୩୦୦୦ ପାଇବେ।ରାଜ୍ୟ ବାହାରେ ବୈଠକ ପାଇଁ ଦୈନିକ ୨୦୦୦ ବଦଳରେ ୧୦ ହଜାର ମିଳିବ। ରାଜ୍ୟ ଭିତରେ କାର ଯାତ୍ରା ପାଇଁ କିଲୋମିଟର ପିଛା ୨୫ ଟଙ୍କା ବଦଳରେ ମିଳିବ ୩୫ ଟଙ୍କା।ମାସିକ ଯାନ ବାହନ ଭତ୍ତା ୧୫ ହଜାର ବଦଳରେ ମିଳିବ ୫୦ ହଜାର ଟଙ୍କା। ମାସକୁ ପୁସ୍ତକ କିଣିବା ପାଇଁ ୨୦୦୦ ବଦଳରେ ମିଳିବ ୧୦ ହଜାର, ବିଜୁଳି ବିଲ ପାଇଁ ୫୦୦୦ ବଦଳରେ ୨୦ ହଜାର ଟଙ୍କା, ଚିକିତ୍ସା ଖର୍ଚ୍ଚ ୫୦୦୦ ଟଙ୍କା ବଦଳରେ ୩୫ ହଜାର ମିଳିବ, କ୍ୱାର୍ଟର୍ସ ମିଳି ନ ଥିବା ବିଧାୟକଙ୍କୁ ରହଣି ପାଇଁ ଦିନକୁ ୧୦୦୦ ଟଙ୍କା ବଦଳରେ ମିଳିବ ୨୦୦୦ ଟଙ୍କା।ହେଲେ,ବିରୋଧୀ ଦଳ ନେତା, ଏହି ଦରମା ନେବେନାହିଁ ।

Related Articles

Back to top button