ଅନ୍ୟାନ୍ୟରାଜନୀତି

ରାସନ କାର୍ଡକୁ ନେଇ ବଡ଼ ଘୋଷଣା କରିଛନ୍ତି ସରକାର।

ଭୁବନେଶ୍ୱର, ଆସନ୍ତା ନୂଆବର୍ଷରୁ ୧୫ ଲକ୍ଷ ନୂଆ ରାସନ କାର୍ଡ ବଣ୍ଟନ କରାଯିବ। ରାସନ କାର୍ଡକୁ ନେଇ ସରକାର ବଡ଼ ଘୋଷଣା କରିଛନ୍ତି।

କୌଣସି ଯୋଗ୍ୟ ହିତାଧିକାରୀ ଯେପରି କାର୍ଡ ପାଇବାରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ରାଜ୍ୟ ସରକାର ସମସ୍ତ ପଦକ୍ଷେପ ନେଉଛନ୍ତି ବୋଲି କହିଛନ୍ତି, ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

ଶ୍ରୀ ପାତ୍ର କହିଛନ୍ତି ଯେ କରଦାତା, ସରକାରୀ କର୍ମଚାରୀ ଓ ମୃତକଙ୍କୁ ମିଶାଇ ୮ଲକ୍ଷ ୧୬ ହଜାର ଅଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡରୁ ବାଦ ଦିଆଯାଇଛି।

ସେମାନଙ୍କ ସ୍ଥାନରେ ୬ ଲକ୍ଷ ୩୯ହଜାର ଯୋଗ୍ୟ ହିତାଧିକାରୀଙ୍କୁ କାର୍ଡ ଦିଆଯାଇଛି।

ଆହୁରି ୧୫ ଲକ୍ଷ ୩୩ ହଜାର ଲୋକ ରାସନ କାର୍ଡ ପାଇଁ ଆବେଦନ କରିଛନ୍ତି।

ତେବେ ୧୫ ଲକ୍ଷ କାର୍ଡକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁମୋଦନ କରିଛନ୍ତି।

Related Articles

Back to top button