
ଭୁବନେଶ୍ୱର ,ଅଣ୍ଡାକୁ ଏକ ସୁପରଫୁଡ୍ ଭାବରେ ବିବେଚନା କରାଯାଏ, କାରଣ ଶରୀରକୁ କାର୍ଯ୍ୟ କରିବା ପାଇଁ ଆବଶ୍ୟକ ସମସ୍ତ ପୋଷକ ତତ୍ତ୍ବ ଏଥିରେ ମିଳିଥାଏ ।ପ୍ରତିଦିନ ଗୋଟିଏ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଖୁବ ଉପକାରୀ। ଅଣ୍ଡା ପ୍ରୋଟିନର ଏକ ନିର୍ଭରଯୋଗ୍ୟ ଉତ୍ସ। ଅଣ୍ଡାକୁ ନେଇ ବର୍ତମାନ ବିବାଦ ଚାଲିଛି।WHO ଏହାର ବ୍ୟବହାରକୁ ନିଷେଧ କରିଛି।
ଅଣ୍ଡାରେ ନାଇଟ୍ରୋଫୁରଣ୍ଟୋଇନ୍ ନାମକ ଏକ ପଦାର୍ଥ, ମିଳିଥାଏ। ଯାହା ସ୍ୱାସ୍ଥ୍ୟ ପାଇଁ ହାନିକାରକ, ଏପରିକି ଏହା ଯୋଗୁଁ କର୍କଟ ରୋଗ ହେବାର ସମ୍ଭାବନା ମଧ୍ୟ ବଢ଼ିଯାଏ। ତେବେ ଏହି ଖବର ଆସିବା ପରେ, FSSAI ନାଇଟ୍ରୋଫୁରାଣ୍ଟୋଇନର, ଅବଶିଷ୍ଟାଂଶ ଯାଞ୍ଚ କରିବା ପାଇଁ ବ୍ରାଣ୍ଡେଡ୍ ଏବଂ ନନବ୍ରାଣ୍ଡେଡ୍ ଅଣ୍ଡାର ନମୁନା ସଂଗ୍ରହ କରିବାକୁ ନିର୍ଦ୍ଦେଶ ଦେଇଛି। ଏହା DNA କ୍ଷତି ଘଟାଇପାରେ ଏବଂ ଦୀର୍ଘକାଳୀନ ସେବନ ଦ୍ୱାରା ଯକୃତ ଏବଂ କିଡନୀକୁ ପ୍ରଭାବିତ କରିପାରେ।
ତେବେ କିଛି କୁକୁଡ଼ା ଫାର୍ମଗୁଡ଼ିକରେ ଅଣ୍ଡା ଉତ୍ପାଦନ ବୃଦ୍ଧି କରିବା ପାଇଁ ଏଗୁଡ଼ିକ ବେଆଇନ ଭାବରେ ବ୍ୟବହୃତ ହୁଏ। କୁକୁଡା ଏହି କେମିକାଲ ସଂସ୍ପର୍ଶରେ ଆସିବା ଦ୍ୱାରା ଏହାର ଅବଶିଷ୍ଟାଂଶ ଅଣ୍ଡାରେ ରହିପାରେ। ଆଉ ଏହାର ସେବନ ଦ୍ୱାରା ବିଶେଷ କରି ପିଲା, ଗର୍ଭବତୀ ମହିଳା ଏବଂ ଲୋ ଇମ୍ୟୁନିଟି ଲୋକଙ୍କ ଠାରେ ବିପଦ ସୃଷ୍ଟି ହୋଇପାରେ।




