ମୋବାଇଲ୍ ଯୋଗାଯୋଗ କ୍ଷେତ୍ରରେ ନୂଆ ମାଇଲଖୁଣ୍ଟ।

ଭୁବନେଶ୍ୱର, ଆଜି ସକାଳ ୮ଟା ୫୫ରେ,ବ୍ଲୁ ବର୍ଡ ବ୍ଲକ-2 ସାଟେଲାଇଟ୍ଶ୍ରୀ,ହରିକୋଟାରୁ ହେଲା ଉତକ୍ଷେପଣ। ମୋବାଇଲ୍ ଯୋଗାଯୋଗ କ୍ଷେତ୍ରରେ ନୂଆ ମାଇଲଖୁଣ୍ଟ। ଗ୍ରାହକଙ୍କୁ କୌଣସି ଅତିରିକ୍ତ ଆଣ୍ଟିନା କିମ୍ବା କଷ୍ଟମାଇଜ୍ ହୋଇଥିବା ହାର୍ଡୱେର ଆବଶ୍ୟକ ହେବ ନାହିଁ। ମିଶନ ସଫଳ ହେଲେ ବିନା ମୋବାଇଲ୍ ଟାୱାର ରେଞ୍ଜରେ ଥିଲେ ବି, ସିଗନାଲ୍ ମିଳିବ। ସାଟେଲାଇଟ ସଠିକ୍ କକ୍ଷପଥରେ ସ୍ଥାପିତ ହେଲେ ଓ ପରୀକ୍ଷଣ ସଫଳ ରହିଲେ ଏହା 4G ଓ 5G ସ୍ମାର୍ଟଫୋନକୁ ସିଧାସଳଖ ସେଲୁଲାର ବ୍ରଡବ୍ୟାଣ୍ଡ ସଂଯୋଗ ଦେବ। ବିନା ଟାୱାରରେ ଇଣ୍ଟରନେଟ୍ ମଧ୍ୟ ମିଳିବ। 4G ଓ 5G ସ୍ମାର୍ଟଫୋନକୁ ସିଧାସଳଖ ସେଲୁଲାର ବ୍ରଡବ୍ୟାଣ୍ଡ ସଂଯୋଗ। ଗ୍ରାହକଙ୍କୁ କୌଣସି ଅତିରିକ୍ତ ଆଣ୍ଟିନା ଆବଶ୍ୟକ ହେବ ନାହିଁ।ବର୍ତ୍ତମାନ ସେଲ୍ ଫୋନଗୁଡ଼ିକୁ 4G କିମ୍ବା 5G ନେଟୱାର୍କ ପାଇଁ ମୋବାଇଲ୍ ଟାୱାର ଆବଶ୍ୟକ। କିନ୍ତୁ ଏହି ସାଟେଲାଇଟର ପରୀକ୍ଷଣ ସଫଳ ହେଲେ ମୋବାଇଲ୍ ଟାୱାର ଯୁଗ ଶେଷ ହୋଇଯାଇପାରେ। ମୋବାଇଲ୍ ନେଟୱର୍କ ପାଇଁ ଦରକାର ପଡ଼ିବନି ଟାୱାର। ସେହିପରି, ମହାସାଗର ଓ ବିମାନ ଯାତ୍ରା ସମୟରେ ନେଟୱାର୍କ କଭରେଜ୍ ସମସ୍ୟାକୁ ଦୂର କରିପାରିବ।




