ବିଜୟ ମାଲ୍ୟାଙ୍କ ୭୦ତମ ଜନ୍ମଦିନ ପାର୍ଟିରେ ଲଳିତ ମୋଦୀ

ଭୁବନେଶ୍ୱର ,ଲଳିତ ମୋଦୀ ଲଣ୍ଡନରେ, ବିଜୟ ମାଲ୍ୟାଙ୍କ ୭୦ତମ ଜନ୍ମଦିନ ପାର୍ଟିରେ ଯୋଗ ଦେଇଥିଲେ । ପାର୍ଟିରେ ଯୋଗଦେବା ସମୟର, ଏକ ଭିଡିଓ କରି ଏହାକୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି । ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଭିଡିଓଟି ପୋଷ୍ଟ ହେବା ପରେ, ଭାଇରାଲ ହେବାରେ ଲାଗିଛି ।ଲଳିତ ମୋଦୀ ଏବଂ ବିଜୟ ମାଲ୍ୟା ଉଭୟ ଆର୍ଥିକ ଅନୈତିକତାର ଅଭିଯୋଗ ନେଇ, ଭାରତରେ ଆଇନଗତ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛନ୍ତି, ଯାହାକୁ ସେମାନେ ଉଭୟେ ଅସ୍ୱୀକାର କରିଛନ୍ତି । ଏହି ବର୍ଷ ପ୍ରାରମ୍ଭରେ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ନେତୃତ୍ୱରେ ଭାରତୀୟ ବ୍ୟାଙ୍କଗୁଡ଼ିକର ଏକ ସଂଘ କିଙ୍ଗଫିସର ଏୟାରଲାଇନ୍ସ ଦ୍ୱାରା ବକେୟା ଋଣ ପରିଶୋଧ ପାଇଁ, ତାଙ୍କ ବିରୁଦ୍ଧରେ ଦେବାଳିଆ ଆଦେଶକୁ, ବଜାୟ ରଖିବା ପାଇଁ, ଲଣ୍ଡନରେ ଏକ ଅଦାଲତରେ ଆବେଦନ କରିଥିଲେ । ଅଦାଲତର ରାୟ ମଧ୍ୟ ବିଜୟ ମାଲ୍ୟାଙ୍କ ବିରୁଦ୍ଧରେ ଶୁଣାଇ ଥିଲେ ।ଲଳିତ ମୋଦୀ ଓ ବିଜୟ ମାଲ୍ୟା ଏକ ଭିଡ଼ିଓରେ ଏକାଠି ଦେଖା ଯାଇଛନ୍ତି । ଭିଡିଓଟି ଲଣ୍ଡନରେ ବିଜୟ ମାଲ୍ୟାଙ୍କ ଜନ୍ମଦିନରେ କରାଯାଇଛି ।




