ଅନ୍ତର୍ଜାତୀୟକ୍ରୀଡ଼ା
ଚେନ୍ନଇ, ରାଞ୍ଚି ଓ ଭୁବନେଶ୍ବରରେ ଖେଳାଯିବ ହକି ଇଣ୍ଡିଆ ଲିଗ୍।

ଭୁବନେଶ୍ୱର ,ଚଳିତ ଜାନୁଆରୀ ୩ରୁ ୨୬ ପର୍ଯ୍ୟନ୍ତ ଖେଳାଯିବ ହକି ଇଣ୍ଡିଆ ଲିଗ୍ (ପୁରୁଷ) ବର୍ଗ ସପ୍ତମ ସଂସ୍କରଣ-୨୦୨୬ ।
ପ୍ରଥମ ପର୍ଯ୍ୟାୟ ଜାନୁଆରୀ ୩ରୁ ୯ ପର୍ଯ୍ୟନ୍ତ ଚେନ୍ନଇର ମେୟର ରାଧାକ୍ରିଷ୍ଣ ଷ୍ଟାଡ଼ିୟମରେ, ଦ୍ବିତୀୟ ପର୍ଯ୍ୟାୟ ଜାନୁଆରୀ ୧୧ରୁ ରାଞ୍ଚିର ଜୟପାଲ ସିଂହ ଷ୍ଟାଡ଼ିୟମରେ ଖେଳାଯିବ।
ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ଭୁବନେଶ୍ବରର କଳିଙ୍ଗ ଷ୍ଟାଡ଼ିୟମରେ ଜାନୁଆରୀ ୧୭ରୁ ୨୬ପର୍ଯ୍ୟନ୍ତ ଖେଳାଯିବ।
ଏଥିରେ ୮ଟି ଦଳ ଦିଲ୍ଲୀ ଏସ୍ଜି ପାଇପର୍ସ, ହିଲ୍ ଗଭର୍ଣ୍ଣି କାଉନସିଲ, ହାଇଦରାବାଦ୍ ତୁଫାନ୍ସ, କଳିଙ୍ଗ ଲାନ୍ସର୍ସ, ରାଞ୍ଚି ରୟାଲ୍ସ, ରାହ ବେଙ୍ଗଲ ଟାଇଗର୍ସ, ସୁରମା ହକି କ୍ଲବ ଏବଂ ତାମିଲନାଡୁ ଡ୍ରାଗନ୍ସ ଅଂଶଗ୍ରହଣ କରିଛନ୍ତି।
ଶୁକ୍ରବାର ଚେନ୍ନଇରେ ଉଦ୍ଘାଟନୀ ମ୍ୟାଚରେ ତାମିଲନାଡୁ ଡ୍ରାଗନ୍ସ-ହାଇଦରାବାଦ୍ ତୁଫାନ୍ସକୁ ଭେଟିବ।
ପ୍ରତିଯୋଗିତା ଚେନ୍ନଇ, ରାଞ୍ଚି ଓ ଭୁବନେଶ୍ବରରେ ଖେଳାଯିବ।




