
ଭୁବନେଶ୍ୱର ,ଆଜି ସକାଳେ ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇ, ସାଢେ ଚାରି ଡିଗ୍ରୀ ତଳକୁ ଖସିଯାଇଛି । ପାଣିପାଗ ବିଭାଗର ସୂଚନା ଅନୁସାରେ ଶୀତ ଲହରି ଏଭଳି ଜାରିୁ ରହିବ ଓ ତାପମାତ୍ରା ମଧ୍ୟ ହ୍ରାସ ପାଇବ ।
ଫଳରେ ସକାଳ ୮:୩୦ ରେ, ଆଇଜିଆଇ ବିମାନବନ୍ଦରରେ ଦୃଶ୍ୟମାନତା ମାତ୍ରା ୧୦୦ ମିଟରକୁ ହ୍ରାସ ପାଇଥିଲା।
ଦିନବେଳା ଆକାଶ ସଫା ଏବଂ ସୂର୍ୟ୍ୟକିରଣ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଜି ସକାଳୁ, କିଛି ସ୍ଥାନରେ ମଧ୍ୟମ କୁହୁଡ଼ି ଥିବାବେଳେ ଏବଂ ଅନ୍ୟ ସ୍ଥାନରେ ଘନ ରହିଥିଲା।
ଏହା ଦୃଶ୍ୟମାନତାର ସ୍ତରକୁ ମଧ୍ୟ ପ୍ରଭାବିତ କରିଥିଲା।
ଏହି ସମୟରେ ଦିଲ୍ଲୀର ବାୟୁ ଗୁଣବତ୍ତା ବର୍ତ୍ତମାନ ଅତ୍ୟନ୍ତ ଖରାପ ବର୍ଗରେ ରହିଛି ।
ଆଜି ସକାଳ ୯ଟାରେ ସିବିସିବି ୩୬୩ ଏକ୍ୟୁଆଇ ରେକର୍ଡ କରାଯାଇଛି । ଯାହା ଅତ୍ୟନ୍ତ ଖରାପ ।
ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୪.୨ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ଯାହା ଏହି ଋତୁରେ ଏପର୍ଯ୍ୟନ୍ତ ସର୍ବନିମ୍ନ। ସର୍ବାଧିକ ତାପମାତ୍ରା ୧୮ ରୁ ୧୯ ଡିଗ୍ରୀ ପାଖାପାଖି ରହିବ ବୋଲି ଆଶା କରାଯାଉଛି।




