Uncategorized
ଗ୍ୟାସ୍ ପାଇପ୍ ଲାଇନ୍ ଫାଟିଲା

ଭୁବନେଶ୍ୱର ,ସିଡିଏ ୯ନଂରେ ଗ୍ୟାସ୍ ପାଇପ୍ ଲାଇନ୍ ଫାଟିବାରୁ ବଡ ଅଘଟଣରୁ ଅଳ୍ପକେ ବର୍ତ୍ତିଛନ୍ତି ଲୋକେ ।
ମେସିନ୍ ଦ୍ୱାରା ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଫାଟିଥିଲା ଗ୍ୟାସ୍ ପାଇପ୍ ।
ସୂଚନା ପାଇ ଅଗ୍ନିଶମ ବାହିନୀ ଓ ପାଇପ୍ ଲାଇନ୍ କମ୍ପାନୀ ପକ୍ଷରୁ ମରାମତି ଚାଲିଛି ।
ସ୍ଥାନୀୟ ଅଞ୍ଚଳରେ ଯାତାୟାତ କରୁଥିବା ଲୋକମାନେ ଗ୍ୟାସ୍ ପାଇପ ଫାଟିବାରୁ ଭୟଭୀତ ହୋଇଥିଲେ ।
ତୁରନ୍ତ ଅଗ୍ନିଶମ ବାହିନୀକୁ ଏବଂ କମ୍ପାନୀକୁ ଖବର ଦେଇଥିଲେ ।
କମ୍ପାନୀ କର୍ମଚାରୀ ମାନେ ଗ୍ୟାସ୍ ପାଇପକୁ ଠିକ୍ କରିବାରେ ଲାଗିଛନ୍ତି ।
ଫାଟିଲା ଗ୍ୟାସ୍ ପାଇପ୍ ଲାଇନ୍ ।




