ଓଡ଼ିଶାଦୁର୍ଘଟଣା

ଡ୍ରାଇଭର ଘଟଣାସ୍ଥଳରୁ ଫେରାର

ଭୁବନେଶ୍ୱର , ଥର୍ ଗାଡ଼ି ଧକ୍କାରେ ଜଣଙ୍କର ମୃତ୍ୟୁ। ଅନ୍ୟ ୨ ଜଣ ଗୁରୁତର ଆହତ।

ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ ସାମ୍ନାରେ ରାତି ପ୍ରାୟ ୧୧ଟା ୪୦ରେ ଏହି ଦୁର୍ଘଟଣା ଘଟିଛି। ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି।

ମୃତ୍ୟୁବରଣ କରିଥିବା ଯୁବକ ଓଲ୍ଡଟାଉନ୍ ଅଞ୍ଚଳର ରାଜା ବୋଲି ଜଣାପଡିଛି।

ଏଜି ଛକ ପଟୁ ଏୟାରପୋର୍ଟ ଆଡ଼କୁ ଦ୍ରୁତ ଗତିରେ ଯାଉଥିବା ଏକ ଥାର୍ ଗାଡି ଏକ ବୁଲେଟରେ ଯାଉଥିବା ୩ ଜଣଙ୍କୁ ଧକ୍କା ଦେଇଥିଲା।ଫଳରେ ବୁଲେଟ୍ ଚାଳକ ଓ ପଛରେ ବସିଥିବା ୨ ଲୋକ ପାଖପାଖି ୫୦ ମିଟର ଦୁରକୁ ଛିଟିକି ପଡ଼ିଥିଲେ।

ଦୁର୍ଘଟଣା ଘଟାଇଥିବା ଥାର୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଧକ୍କା ପରେ ଥାର ଗାଡିରୁ ଇଞ୍ଜିନ୍ ଅଏଲ ବୋହି ଯାଇଥିଲା।

ବୁଲେଟ୍ ଗାଡ଼ିଟି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି। ଖବର ପାଇ ଘଟଣାସ୍ଥଳରେ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ମୃତାହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା।

Related Articles

Back to top button