
ଭୁବନେଶ୍ୱର , କେବଳ ଓମଫେଡ୍ ବୁଥ୍ ନୁହେଁ, ଭେଣ୍ଡିଂ ଜୋନ୍ ଗୁଡ଼ିକରେ ବି ଗୁଟଖା ବିକିଲେ ଆକ୍ସନ ହେବ।
ଏନେଇ ସିଧା ଚେତାବନା ଶୁଣାଇଛି ଭୁବନେଶ୍ବର ମହାନଗର ନିଗମ।
ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ପରେ ବିଏମସି ଏହି ନିଷେଧାଦେଶ ଜାରି କରିଛି।
ଓମଫେଡ୍ ବୁଥ୍ ଏବଂ ଭେଣ୍ଡିଂ ଜୋନ୍ ଗୁଡ଼ିକରେ ଗୁଟଖା ବିକୁଥିଲେ ସଂପୃକ୍ତ ବ୍ୟବସାୟୀଙ୍କ ଲାଇସେନ୍ସ ବାତିଲ କରାଯିବ।
ଏଥିପାଇଁ ଆଗକୁ ଗୁଟଖା ଏନଫୋର୍ସମେଣ୍ଟ ଡ୍ରାଇଭ୍ ଜୋରଦାର କରିବାକୁ ବିଏମସି ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି।
ଯଦି କୌଣସି ଏଜେନ୍ସି ଗୁଟଖା ସଂପର୍କିତ ହୋର୍ଡିଂ ମାରନ୍ତି, ତେବେ ସେମାନଙ୍କଠାରୁ ଜୋରିମାନା ଆଦାୟ ପାଇଁ ନିଷ୍ପତ୍ତି ନେଇଛି ବିଏମସି।




