ଅନ୍ୟାନ୍ୟରାଜନୀତି

‌ପୁଣି ବିଜେଡିରେ ଉତ୍ତରାଧିକାରୀ ଚର୍ଚ୍ଚା

 ଭୁବନେଶ୍ୱର ,ବିଜେଡିର ଭବିଷ୍ୟତ ଓ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ନେଇ ପୁଣିଥରେ ରାଜ୍ୟ ରାଜନୀତିରେ,ବିଜେଡିର ଭବିଷ୍ୟତ ଓ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ନେଇ, ଚର୍ଚ୍ଚା ଆରମ୍ଭ ହୋଇଛି। ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କୁ ନେତୃତ୍ବ ଦେବା ସପକ୍ଷରେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଯୁକ୍ତି ବାଢ଼ିବା ପରେ ବିଜେଡିରେ ଝଡ଼ ସୃଷ୍ଟି ହୋଇଛି। ଦଳର ଦୁଇ ବରିଷ୍ଠ ବିଧାୟକ ଅରୁଣ ସାହୁ ଓ ଗଣେଶ୍ବର ବେହେରା ଏହାର ତୀବ୍ର ବିରୋଧ କରିବା ସହ ଯୋଗ୍ୟତାର ପରିଭାଷା ବୁଝାଇ ଦେଇଛନ୍ତି।ବିଧାୟକ ଦିବ୍ୟଶଙ୍କର କହିଥିଲେ, କଳିକେଶ ରାଜ୍ୟର ନେତୃତ୍ବ ନିଅନ୍ତୁ। ତାଙ୍କୁ ଦାୟିତ୍ବ ଦେଲେ ଭଲ ହେବ। ତାଙ୍କ ପରିବାରର ରାଜେନ୍ଦ୍ର ନାରାୟଣ ସିଂହଦେଓ ବି ଦିନେ ରାଜ୍ୟ ରାଜନୀତିରେ ନିଜର ପତିଆରା ରଖି ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେମିତି ଆଗାମୀ ଦିନରେ ଆମେ କଳିକେଶଙ୍କୁ ନେତା କରି ଠିଆ କରିବା, ଯେମିତି ରାଜ୍ୟ ତାଙ୍କୁ ଗ୍ରହଣ କରିବ। କଳିକେଶଙ୍କ ପାଖରେ ଯୋଗ୍ୟତା ଏବଂ ଦକ୍ଷତା ଅଛି। ଓଡ଼ିଶା ନେତୃତ୍ବ ନେବାକୁ ସେ ସକ୍ଷମ। ପୁଣି ଥରେ‌ ବଲାଙ୍ଗୀର ରାଜ୍ୟର ନେତୃତ୍ବ ନେଉ ବୋଲି ଆମେ ପ୍ରାର୍ଥନା କରୁଛୁ। କଳିକେଶ କହିଛନ୍ତି, ବିଜେଡିରେ ଜଣେ ନେତା ହେଉଛନ୍ତି ନବୀନ ପଟ୍ଟନାୟକ। ଉତ୍ତରାଧିକାରୀ ବିଷୟ ହେଉଛି ଭବିଷ୍ୟତର କଥା। ଆମେ ମିଶି କରି କିପରି ବଲାଙ୍ଗୀର, ପଶ୍ଚିମ ଓଡ଼ିଶା ଏବଂ ସମଗ୍ର ଓଡ଼ିଶାର ବିକାଶ କରିବା; ସେ ଧାରାରେ ଆମକୁ ରହିବାକୁ ହେବ।

Related Articles

Back to top button