ମୋଟାପାରେ ଏବେ ଭାରତର ସ୍ଥାନ ବିଶ୍ବରେ ଚତୁର୍ଥ।

ଭୁବନେଶ୍ୱର ,ମୋଟାପା ଯୋଗୁଁ ,ମାଡ଼ି ଆସୁଛି ଘାତକ ରୋଗ। ଖାଦ୍ୟରେ ତେଲ କମ୍ କର।ଡାକ୍ତର ବି ମତ ଦେଲେଣି- ପ୍ରଧାନମନ୍ତ୍ରୀ ଠିକ କହିଛନ୍ତି। କାରଣ ମୋଟାପାରେ ଏବେ ଭାରତର ସ୍ଥାନ ବିଶ୍ବରେ ଚତୁର୍ଥ। ଏହା ଏମିତି ଏକ ବିଶୃଙ୍ଖଳିତ ସ୍ବାସ୍ଥ୍ୟ ସମସ୍ୟା- ଯାହା ହାର୍ଟ, ଗ୍ୟାସଟ୍ରିକ୍, ଡାଇବେଟିସ୍, ବ୍ଲଡ ପ୍ରେସର ଓ ମେଦବହୁଳ ଭଳି ଘାତକ ରୋଗମାନକୁ ବି ସ୍ବାଗତ କରିଥାଏ। ୧୯ରୁ ୫୦ ବୟସ୍କ ଅର୍ଥାତ୍ ଯୁବ ଗୋଷ୍ଠୀଙ୍କ ଉପରେ ଏହାର କୋପ ବେଶୀ। ଯାହାକି ସେମାନଙ୍କୁ ଅଳ୍ପାୟୁ କରୁଛି। ତେବେ ଏଠି ପ୍ରଶ୍ନ- ମୋଦି କାହିଁକି ଖାଇବା ତେଲ କମ୍ କରିବାକୁ ଦେଲେ ପରାମର୍ଶ…. ଦିଲ୍ଲୀରେ ଏନସିସି ପିଏମ୍ ରାଲି ବେଳେ, ପ୍ରଧାନମନ୍ତ୍ରୀ ମୋଦି ମୋଟାପାକୁ ନେଇ ପୁଣି କରିଛନ୍ତି ଚିନ୍ତା ପ୍ରକଟ। ଖାଇବା ତେଲ ୧୦ ପ୍ରତିଶତ କମ୍ କରିବାକୁ ଯୁବା ବର୍ଗକୁ ଅପିଲ୍ କରିବା ପରେ, ସାରା ଦେଶରେ ତାକୁ ନେଇ ଚର୍ଚ୍ଚା। ସ୍ବାସ୍ଥ୍ୟ ବିଶେଷଜ୍ଞ ବି ମାନୁଛନ୍ତି- ଅନଲାଇନ୍ ରେ ମିଳୁଥିବା ଫୁଡ୍, ଛଣାଛଣି ଖାଦ୍ୟ ଶରୀର ପ୍ରତି ଘାତକ ସାଜୁଛି। ଅବଶ୍ୟକତାଠାରୁ ଅଧିକ ଓଜନ ବଢ଼ାଇ ଦେଉଛି। ନିକଟରେ ସିଙ୍ଗଡ଼ା, ଜିଲାପି ଓ ପକୁଡ଼ି ଆଦି ଖାଦ୍ୟକୁ ବି ମୋଦି ବାରଣ ପାଇଁ, ନିବେଦନ କରିଥିଲେ-ଏବେ ଖାଇବା ତେଲର ମାତ୍ରା ୧୦ ପ୍ରତିଶତ କମ୍ କରିବାକୁ ଅପିଲ୍ କରିବା ବିଲକୁଲ ଉପାଦେୟ।ପୋଡ଼ା ତେଲରେ ବଜାରରେ ବିଭିନ୍ନ ପ୍ରକାର ଛଣାଛଣି ଖାଦ୍ୟ ବିକ୍ରି ଯୋଗୁଁ ଲୋକଙ୍କ ଶରୀରରେ ବିଷମ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରୁଛି। ଜଣେ ସୁସ୍ଥ ବ୍ୟକ୍ତି ୩ରୁ ୪ ଚାମଚ୍ ଅର୍ଥାତ୍ ୧୫ରୁ ୨୦ ମିଲିଗ୍ରାମ୍ ତେଲ ଖାଇବା ଉଚିତ୍। ତେଣୁ ମାସକୁ ୫ରୁ ୬ ଶହ ଗ୍ରାମ ପର୍ଯ୍ୟନ୍ତ ତେଲ ଖାଇବା ଶରୀର ଉପଯୋଗୀ। ଶୋରିଷ ତେଲ, ବାଦାମ ତେଲ ଓ ଅଲିଭ ତେଲ ଶରୀର ପାଇଁ ହିତକର।




