
ଭୁବନେଶ୍ୱର ,ପର୍ବପର୍ବାଣି ସମୟରେ ଭାରତୀୟ ରେଳପଥ ଅଧିକ ସଂଖ୍ୟକ ଟିକଟ ବୁକିଂକୁ ଦୃଷ୍ଟିରେ, ରଖି ନିୟମିତ ରେଳରେ ଅତିରିକ୍ତ କୋଚ୍ ବୃଦ୍ଧି କରାଇବା ସହ ଲୋକପ୍ରିୟ ଗନ୍ତବ୍ୟସ୍ଥଳକୁ ସଂଯୋଗ କରୁଥିବା ବ୍ୟସ୍ତବହୁଳ ମାର୍ଗରେ ଅନେକ ସ୍ୱତନ୍ତ୍ର ରେଳ ଚଳାଚଳ କରୁଛି।
ଯୋଜନା କରାଯାଇଥିବା ସ୍ୱତନ୍ତ୍ର ରେଳଗୁଡ଼ିକ ହେଉଛି ସମ୍ବଲପୁର-ଏରୋଡ୍, ବିଶାଖାପାଟଣା-ତିରୁପତି, ବିଶାଖାପାଟଣା-ଏସ୍ଏମ୍ଭିବି ବେଙ୍ଗାଲୁରୁ, ବିଶାଖାପାଟଣା-ଚର୍ଲାପାଲି, ବିଶାଖାପାଟଣା-ଶାଲିମାର, ପୁରୀ-ପାଟନା, ପୁରୀ-ଉଧନା, ଭୁବନେଶ୍ୱର-ଯଶବନ୍ତପୁର ଏବଂ ଭୁବନେଶ୍ୱର-ଧାନବାଦ ଇତ୍ୟାଦି।
ଆସନ୍ତା ହୋଲି ଉତ୍ସବ ସମୟରେ ଯାତ୍ରୀଙ୍କ ପାଇଁ ସୁଗମ, ନିରାପଦ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବା ପାଇଁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରୁ ୬୨ଟି ସ୍ୱତନ୍ତ୍ର ରେଳ ଚଲାଇବାକୁ ଯୋଜନା କରିଛି।
ଏହି ରେଳ ଦେଶର ପ୍ରମୁଖ ସହରଗୁଡ଼ିକୁ ସଂଯୋଗ କରିବ।




