ଅନ୍ୟାନ୍ୟଜୀବନଶୈଳୀ

Android Beta ଭର୍ସନ୍‌ରେ ଦେଖାଗଲା ନୂଆ ଫିଚର୍

ଭୁବନେଶ୍ୱର ,WhatsApp ଏଭଳି ଏକ ସିଷ୍ଟମ୍ ତିଆରି କରୁଛି, ଯାହାରେ Status Update କେବଳ Close Friends ଲିଷ୍ଟରେ ଥିବା, ଲୋକମାନଙ୍କୁ ଦେଖାଯିବ। ଏହା Instagram ର Close Friends Story ଫିଚର୍‌ ସହ ପୂରାପୁରି ମେଳ ଖାଉଛି।ଏହି ଫିଚର୍ ଆସିଲେ ୟୁଜରମାନେ Personal Photo, Video କିମ୍ବା Message ଏକ ସୀମିତ ସର୍କଲ୍‌ରେ ଶେୟାର କରିପାରିବେ। ବର୍ତ୍ତମାନ Status Privacy ବଦଳାଇବା ପାଇଁ Settings ରେ ଯିବାକୁ ପଡ଼ୁଥିଲା, କିନ୍ତୁ ନୂଆ ଫିଚର୍ ଏହି ପ୍ରକ୍ରିୟାକୁ ଅଧିକ ସହଜ କରିଦେବ,,,,WhatsApp ଶୀଘ୍ର ତାହାର Status ଫିଚର୍‌ରେ ଏକ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛି, ଯାହା ମାଧ୍ୟମରେ ୟୁଜରମାନେ ଅଧିକ ପ୍ରାଇଭେସି କଣ୍ଟ୍ରୋଲ୍ ପାଇବେ। ନୂଆ ରିପୋର୍ଟ ଅନୁସାରେ, WhatsApp ଆପ୍‌ରେ Instagram ଭଳି Close Friends Status ଅପ୍ସନ୍ ଯୋଡ଼ାଯାଉଛି। ଏହା ଦ୍ୱାରା ୟୁଜର ନିଜ Status Update କେବଳ ବାଛିଥିବା କିଛି ଲୋକଙ୍କ ସହିତ ସେୟାର କରିପାରିବେ।ଏହି ଫିଚର୍‌ର ସବୁଠାରୁ ବଡ଼ ଫାଇଦା ହେଉଛି, ପ୍ରତ୍ୟେକ Status ପୋଷ୍ଟ କରିବା ପୂର୍ବରୁ ପୁନଃପୁନଃ Privacy Settings ବଦଳାଇବାକୁ ପଡ଼ିବ ନାହିଁ। ବର୍ତ୍ତମାନ ଏହି ଫିଚର୍ Testing Stage ରେ ରହିଛି ଏବଂ ପ୍ରଥମେ Beta Users ମାନଙ୍କୁ ମିଳିପାରେ।

Related Articles

Back to top button