
ଭୁବନେଶ୍ୱର,ତା.୧୩/୦୨/୨୦୨୬: ପୂର୍ବତନ କେନ୍ଦ୍ର ମନ୍ତ୍ରୀ, ଓଡ଼ିଶାର ଜଣେ ପ୍ରଭାବଶାଳୀ ଜନନେତା ତଥା ବରିଷ୍ଠ ରାଜନୀତିଜ୍ଞ ଶ୍ରୀ କାହ୍ନୁଚରଣ ଲେଙ୍କାଙ୍କ ୮୬ ବର୍ଷ ବୟସରେ ପରଲୋକ ଘଟିଛି। ଏକ ସାଧାରଣ ପରିବାରରୁ ଆସି ଜାତୀୟ ରାଜନୀତିରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଶ୍ରୀ ଲେଙ୍କା ସର୍ବଦା ଜନସେବା ଓ ଗରିବ କଲ୍ୟାଣ ପାଇଁ ନିୟୋଜିତ ଥିଲେ। ଶ୍ରୀ କାହ୍ନୁଚରଣ ଲେଙ୍କାଙ୍କ ବିୟୋଗରେ ଓଡ଼ିଶା ଜଣେ ଅନୁଭବୀ ନେତା ଓ ମାର୍ଗଦର୍ଶକଙ୍କୁ ହରାଇଲା।
ତାଙ୍କ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଶୋକବ୍ୟକ୍ତ କରିଛନ୍ତି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ସ୍ୱର୍ଗତଃ ଲେଙ୍କାଙ୍କ ପରଲୋକଗତ ଆତ୍ମାର ସଦ୍ଗତି କାମନା କରିବା ସହ ତାଙ୍କ ଶୋକସନ୍ତପ୍ତ ପରିବାର, ସମର୍ଥକ ଓ ଶୁଭାକାଂକ୍ଷୀମାନଙ୍କ ପ୍ରତି ଶ୍ରୀ ସାମଲ ଗଭୀର ସମବେଦନା ଜ୍ଞାପନ କରିଛନ୍ତି ।




