ଓଡ଼ିଶା
ମନ୍ଦିରକୁ ନିଅନ୍ତୁ ନାହିଁ ପ୍ଲାଷ୍ଟିକ

ମୋବାଇଲ ନ୍ୟୁଜ 24×7 ; ପରିବେଶ ନିମନ୍ତେ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ପରିଚାଳନା ନିୟମ, ୨୦୧୬ ଏବଂ ପରବର୍ତ୍ତୀ ସଂଶୋଧିତ ନିୟମରେ ଏକକ ବ୍ୟବହାରକୁ ପ୍ଲାଷ୍ଟିକ୍ ନିଷେଧ କରାଯାଇଛି । ଏଣୁ, ସର୍ବସାଧାରଣଙ୍କୁ ମନ୍ଦିର ପରିସରରେ ପୂଜା ସାମଗ୍ରୀ ନେବା, ପ୍ରସାଦ ସେବନ କରିବା ତଥା ଖାଦ୍ୟ ସାମଗ୍ରୀ ନେବା ନିମନ୍ତେ ପ୍ଲାଷ୍ଟିକ୍ ବ୍ୟବହାରକୁ ନିଷେଧ କରିଛି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ଏ ସମ୍ପର୍କରେ ଲିଙ୍ଗରାଜ ମନ୍ଦିରକୁ ଆସୁଥିବା ଭକ୍ତ ଏବଂ ଭୋଗ ଦୋକାନୀ କ’ଣ କହୁଛନ୍ତି ଦେଖନ୍ତୁ –
ତେବେ ପ୍ଲାଷ୍ଟିକ ଅଳିଆ ଆବର୍ଜନା ଯୋଗୁଁ ହେଉଥିବା ପ୍ରଦୂଷଣ ହ୍ରାସ କରିବା ଏବଂ ଜନସାଧାରଣଙ୍କ ମଧ୍ୟରେ ପରିବେଶ ଅନୁକୂଳ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ଏହି ବିଜ୍ଞପ୍ତିର ମୂଳ ଉଦ୍ଦେଶ୍ୟ ହୋଇଥିବାବେଳେ ଏହାର କାର୍ଯ୍ୟକାରିତା କିପରି ଢଙ୍ଗରେ ସଫଳ ହେଉଛି ତାହା ଦେଖିବାର କଥା ।





