ଓଡ଼ିଶାରାଜନୀତି

କେଉଁଠି ବସିବେ ଅରବିନ୍ଦ ଆଉ ସନାତନ ?

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ;  ଗତ ବିଧାନସଭାରେ ପୋଜିସନ୍ ଥିଲା, ସିଟ୍ ଥିଲା ଆଉ ଦଳର ନାଁ ଥିଲା । ଏଥର କିନ୍ତୁ ସବୁ କିଛି ବଦଳି ଯାଇଛି । ନା ଦଳରେ ଅଛନ୍ତି, ନା ଦବଦବା ଅଛି । ଆମେ କହୁଛୁ ବିଧାୟକ ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡଙ୍କ କଥା । ବିଜେଡି ଏହି ଦୁଇ ଜଣଙ୍କୁ ଦଳରୁ ନିଲମ୍ବିତ କରିବା ପରେ ବିଧାନସଭାରେ ଏମାନଙ୍କ ଷ୍ଟାଣ୍ଡ ନେଇ ଏବେ ସମସ୍ତେ ନିରବ । କାରଣ ଫେବୃଆରୀ ୧୭ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା । ଏଥର ବିଧାନସଭା ଅତି ଗୁରୁତ୍ୱପୂର୍ଣ । ରାଜ୍ୟ ବଜେଟ୍ ଉପସ୍ଥାପନ ହେବାକୁ ଯାଉଛି । ଏଥିରେ ସମସ୍ତଙ୍କର ଭାଗିଦାରୀ ଅତି ଗୁରୁତ୍ୱପୂର୍ଣ । ବଜେଟ୍ ପରେ ପ୍ରଶ୍ନ ଉତର ବି ହେବ । ହେଲେ ଏହି ବଜେଟ୍ ଅଧିବେସନରେ କଣ କରିବେ ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡ ?

ଏକଥା ସମସ୍ତଙ୍କୁ ଜଣା ଯେ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡଙ୍କୁ ଦଳରୁ ନିଲମ୍ବିତ କରିଛି । ଏହା ପରେ ଦୁଇ ବିଧାୟକ ଗତ କିଛି ଦିନ ହେବ ସଂପୂର୍ଣ ନିରବ ହୋଇ ଯାଇଛନ୍ତି । ଏଥର କିନ୍ତୁ ଏହି ଦୁଇ ବିଧାୟକଙ୍କ ପାଇଁ ବିଧାନସଭାର ଦୃଶ୍ୟ ନିଆରା ରହିବ । ବିଶେଷ କରି ଗଣମାଧ୍ୟମ, ଶାସକ ଦଳ, କଂଗ୍ରେସ ସମେତ ବିରୋଧୀ ବିଜେଡି ଏହି ଦୁଇ ନେତାଙ୍କୁ କେଉଁ ଦୃଷ୍ଟିଭଙ୍ଗୀରେ ଦେଖିବ । ଏଠି ପ୍ରଶ୍ନ ଉଠୁଛି ଯଦି ବିଧାନସଭାରେ କୌଣସି ଏକ ପ୍ରସଙ୍ଗ ନେଇ ବିଜେଡି ଦଳୀୟ ହ୍ୱିପ୍ କଥା ଉଠାଏ ନହେଲେ କକ୍ଷତ୍ୟାଗ ନିଷ୍ପତି ନିଏ, ତାହାଲେ ଅରବିନ୍ଦ ଓ ସନାତନ କାହା କଥା ମାନିବେ ? ନିଜେ ବିଚାର କରିବେ ନା ଦଳର କଥା ଶୁଣିବେ ? ବିଜେପି ଏହି ଦୁଇ ନେତାଙ୍କୁ ନିଜ ଆଡକୁ ଆକର୍ଷିତ କରିବେ ନାହିଁ ତ ? ନା କେବଳ ନିଜ ଅଂଚଳ ବାବଦରେ ପ୍ରଶ୍ନ ପଚାରିବା ଛଡା ଆଉ କିଛି ଗୁରୁତ୍ୱ ରହବି ନାହିଁ ଅରବିନ୍ଦ ଓ ସନାତନଙ୍କର ।

Related Articles

Back to top button