ଓଡ଼ିଶାରାଜନୀତି

ଧାନମଣ୍ଡି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ

ଭୁବନେଶ୍ୱର , ଆଜି ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ଦିନ । ଗୃହରେ ଆଜି ବିରୋଧୀ ସଦସ୍ୟମାନେ ଧାନମଣ୍ଡି ପ୍ରସଙ୍ଗ ଉଠାଇ ସରକାରଙ୍କ ଘେରିଛନ୍ତି ।

ବିରୋଧୀଙ୍କ ସହ ହୋହଲ୍ଲାରେ ସାମିଲ ହୋଇଥିଲେ ବିଜେଡିରୁ ନିଲମ୍ବିତ ହୋଇଥିବା ବିଧାୟକ ଅରବିନ୍ଦ ମହାପାତ୍ର ।

ବିଜେଡି ବିଧାୟକଙ୍କ ସହ ପ୍ରତିବାଦ କରିବା ବେଳେ ଅରବିନ୍ଦ ହାତରେ ଏକ ପୋଷ୍ଟର ଧରିଥିବା ଦେଖିବାକୁ ମିଳିଥିଲା ।

ଗତକାଲି ଅରବିନ୍ଦ କହିଥିଲେ,ଗତକାଲି ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ବିରୋଧୀ ବିଜେଡି ବିଧାୟକ ମାନେ କକ୍ଷତ୍ୟାଗ କରିଥିବା ବେଳେ ନିଜ ସିଟରେ ବସି ରହିଥିଲେ ଅରବିନ୍ଦ ମହାପାତ୍ର ।

ହେଲେ ଆଜି ବିରୋଧୀ ବିଧାୟକଙ୍କ ସ୍ୱରରେ ଏକମତ ହୋଇ ପ୍ରତିବାଦରେ ସାମିଲ ହୋଇଥିଲେ ।

ବିଧାନସଭାରେ ଏବେ ମୁଁ ସ୍ୱାଧୀନ ବିଧାୟକ । ମୋର ସିଟ୍‌ ବଦଳିଛି, ଭଲ ଲାଗୁଛି । ମୋର ଯାହା ମତ ଅଛି ମୁଁ ତାହାକୁ ଗୃହରେ ଉପସ୍ଥାପନ କରିବି ।

Related Articles

Back to top button