
ଭୁବନେଶ୍ୱର ,କେନ୍ଦୁଝର ଜିଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ୱାର୍ଡ଼ ନମ୍ବର୍ ୬ରେ ଥିବା ବଡ଼ବିଲ ର କପଡା ବ୍ୟବସାୟୀଙ୍କ ଘରେ ଘଟିଛି ଭୟାବହ ଅଗ୍ନିକାଣ୍ଡ।
ଗୁରୁବାର ଭୋର୍ ପ୍ରାୟ ୪.୩୫ମିନିଟ୍ ସମୟରେ ବଡ଼ବିଲ ଅଗ୍ନିଶମ ବିଭାଗକୁ ନିଆଁ ଲାଗିଥିବା
ସୂଚନା ମିଳିବା ପରେ, ଅଗ୍ନିଶମ ବାହିନୀର କର୍ମଚାରୀ ତୁରନ୍ତ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ କରିଥିଲେ ।
ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର କପଡା ସାମଗ୍ରୀ ଜଳି ପୋଡ଼ି ପାଉଁଶ ହୋଇଯାଇଥିବା ବେଳେ, ନିଆଁ କୁ ଆୟତ୍ତ କରିବାକୁ ବଡ଼ବିଲ ଅଗ୍ନିଶମ ବିଭାଗ, ଯୋଡ଼ା ଅଗ୍ନିଶମ ବିଭାଗ ପହଂଚି ନିଆଁ ଲିଭାଇଥିଲେ ।
ତେବେ ଏହି ଅଗ୍ନିକାଣ୍ଡ କୌଣସି ସର୍ଟସର୍କିଟ ଯୋଗୁ ହୋଇଥିବା ଅନୁମାନ କରାଯାଉଛି।




