ଓଡ଼ିଶା

ମହାନଦୀ ପ୍ରସଙ୍ଗ : ବିଧାୟକ ରଣେନ୍ଦ୍ର ପ୍ରତାପଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର

ଭୁବନେଶ୍ୱର, ୧୯/୦୨/୨୦୨୬: ବହୁଦିନ ଧରି ଲାଗିରହିଥିବା ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉତ୍ତର ରଖିଛନ୍ତି । କହିଛନ୍ତି, ଛତିଶଗଡ ସରକାରଙ୍କ ସହ ମନ୍ତ୍ରିସ୍ତରୀୟ କମିଟିର ଆଲୋଚନା ଜାରି ରହିଛି । ଦିଲ୍ଲୀରେ ୩ ଥର ସଚିବସ୍ତରୀୟ ବୈଠକ ହୋଇଛି ।

୧୧ ଥର ଯୁଗ୍ମ ବୈଷୟିକ କମିଟିର ବୈଠକ ଅନୁଷ୍ଠିତ ହୋଇଛି । ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ଉତ୍ତର ରଖିଛନ୍ତି । ଏଥିସହିତ ମହାନଦୀ ଓଡ଼ିଶାର ଜୀବନରେଖା ହୋଇଥିବାରୁ, ଏହି ପ୍ରସଙ୍ଗ ସବୁବେଳେ ରାଜ୍ୟ ପାଇଁ ସ୍ପର୍ଶକାତର ଏବଂ ଜରୁରୀ ରହିଛି ବାେଲି କହିଛନ୍ତି ।

Related Articles

Back to top button