
ଭୁବନେଶ୍ୱର,ତା. ୨୦/୦୨/୨୦୨୬ : ଝାରସୁଗୁଡା ଜିଲ୍ଲା ସଭାପତି ଶ୍ରୀ ରଘୁନନ୍ଦନ ପଣ୍ଡାଙ୍କ ପୂଜ୍ୟ ମାତା ଶ୍ରୀମତୀ ସୁଲୋଚନା ପଣ୍ଡାଙ୍କ ପରଲୋକ ଘଟିଛି । ସ୍ୱର୍ଗତଃ ପଣ୍ଡା ଜଣେ ସ୍ନେହୀ, ମିଷ୍ଟାଭାଷୀ, ଅମାୟିକ, ଧର୍ମପରାୟଣା ଓ ବନ୍ଧୁବତ୍ସଳ ମହିଳା ଥିଲେ । ତାଙ୍କ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ) ଶ୍ରୀ ମାନସ କୁମାର ମହାନ୍ତି ଗଭୀର ଶୋକବ୍ୟକ୍ତ କରିଛନ୍ତି ।
ସ୍ୱର୍ଗତଃ ପଣ୍ଡାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଏଭଳି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗ ଏବଂ ବନ୍ଧୁଜନଙ୍କୁ ଅସୀମ ଧୈର୍ଯ୍ୟ ପ୍ରଦାନ କରିବା ପାଇଁ ରାଜ୍ୟର ସମସ୍ତ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।




