Uncategorized
ବୋତଲ ବଦଳରେ ମୋଟା କାଗଜ ଖୋଳରେ ମିଳିବ ମଦ: ପୃଥିରାଜ ହରିଚନ୍ଦନ


ଭୁବନେଶ୍ୱର: କାଚ ବୋତଲ ବଦଳରେ ଫ୍ରୁଟି ଭଳି ମୋଟାକାଗଜ ଖୋଳରେ ମିଳିବ ମଦ । ବିଧାନସଭା ଅଧିବେଶନରେ ସନା ମହାକୁଡଙ୍କ ପ୍ରଶ୍ନରେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉତ୍ତର ରଖି କହିଛନ୍ତି, କାଟ ବୋତଲ ପରିବର୍ତ୍ତେ ଟେଟ୍ରା ପୟାକ ବ୍ୟବହାର କରାଯିବ । ଯାହା ପରିବେଶ ସୁରକ୍ଷା ପାଇଁ ଅନୁକୂଳ ମଧ୍ୟ ଅଟେ । ଓଡ଼ିଶା ସରକାରଙ୍କ ଏହି ନିଷ୍ପତ୍ତି ରାଜ୍ୟର ଅବକାରୀ ନୀତି ଏବଂ ପରିବେଶ ସୁରକ୍ଷା କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଭାବେ ଦେଖାଯାଉଛି। ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଏହି ଘୋଷଣା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି।




