ଟ୍ରମ୍ପଙ୍କ ନିଷ୍ପତ୍ତି ଅପରିବର୍ତ୍ତିତ ରହିବ।

ଭୁବନେଶ୍ୱର ,ସାମଗ୍ରୀ ପାଇଁ ବିଦେଶୀ ରାଷ୍ଟ୍ରଗୁଡିକ ଉପରେ ଟ୍ରମ୍ପ, ଶନିବାର ୧୫ ପ୍ରତିଶତ ଶୁଳ୍କ ଲାଗୁ କରିଥିବା ଜଣାପଡିଛି। ପ୍ରଥମେ ୧୦ ପ୍ରତିଶତ ଟିକସ ଲାଗୁ ନେଇ ଟ୍ରମ୍ପ୍ ସୂଚନା ଦେଇଥିବାବେକିଛି ଘଣ୍ଟା ପରେ ଏହାକୁ ୧୫ ପ୍ରତିଶତକୁ ବୃଦ୍ଧି କରିଛନ୍ତି। ଟ୍ରମ୍ପ୍ଙ୍କ ଏଭଳି ବାରମ୍ବାର ନିଷ୍ପତ୍ତି, ପରିବର୍ତ୍ତନ ବିଶ୍ବ ବଜାରରେ ହଟଚମଟ ସୃଷ୍ଟି କରିଛି। ତେବେ ଆଜି ଟ୍ରମ୍ପଙ୍କ ୧୫ ପ୍ରତିଶତ ଶୁଳ୍କର, ଏହି ସାନି ନିଷ୍ପତ୍ତି ଭାରତ ପାଇଁ ଆଶ୍ବସ୍ତି ଆଣିଛି। କାରଣ ଏବେ ଭାରତୀୟ ସାମଗ୍ରୀ ଉପରେ ,ଆମେରିକା ୧୮ ପ୍ରତିଶତ ଟିକସ ଜାରି ରଖିଛି। ଟ୍ରମ୍ପ୍ଙ୍କ ଆଜିର ଘୋଷଣା ପରେ ଏହା ୧୫ ପ୍ରତିଶତକୁ ହ୍ରାସ ପାଇବା ଭାରତୀୟ ରପ୍ତାନୀକାରୀଙ୍କ ଲାଗି ଆଶ୍ବସ୍ତି ଆଣିଛି।ଆମେରିକା ଭାରତ ଉପରେ, ଗତବର୍ଷ ପ୍ରଥମେ ୨୫ ପ୍ରତିଶତ ଆମଦାନୀ ଶୁଳ୍କ ଲାଗୁ କରିଥିଲା। ରୁଷ୍ ନିକଟରୁ ତେଲ କିଣୁଥିବାରୁ ଜୋରିମାନା ବାବଦ, ଏହି ଶୁଳ୍କକୁ ପୁନଶ୍ଚ ଆଉ ୨୫ ପ୍ରତିଶତ, ବୃଦ୍ଧି କରାଯିବାରୁ ମୋଟ ଶୁଳ୍କ ପରିମାଣ ୫୦ ପ୍ରତିଶତ ଛୁଇଁଥିଲା। ପରବର୍ତ୍ତୀ ସମୟରେ ଭାରତ-ଆମେରିକା ବାଣିଜ୍ୟିକ ଚୁକ୍ତି ପରେ ଏହି ଶୁଳ୍କକୁ ଟ୍ରମ୍ପ୍ ୧୮ ପ୍ରତିଶତକୁ ହ୍ରାସ କରି ତତ୍କାଳ ଲାଗୁ, କରିଥିଲେ। ବର୍ତ୍ତମାନ ଆମେରିକା ବଜାରରେ ବିକ୍ରି ହେଉଥିବା ଭାରତୀୟ ସାମଗ୍ରୀ ଉପରେ, ୧୫ ପ୍ରତିଶତ ଶୁଳ୍କ ଲାଗୁ କରାଯିବ। ଶନିବାର ହ୍ବାଇଟ ହାଉସର ଓଭାଲ ଅଫିସରେ ଟ୍ରମ୍ପ ଏ ସଂକ୍ରାନ୍ତ ଫାଇଲରେ ଦସ୍ତଖତ କରିଛନ୍ତି। ଏହାକୁ ତୁରନ୍ତ କାର୍ଯ୍ୟକାରୀ କରାଯିବ ବୋଲି ଟ୍ରମ୍ପ ତାଙ୍କର ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି।



