“ମୋ ପରିବାର”କୁ ଉତ୍କଳମଣି ସେବା ସମ୍ମାନ


ଖୋର୍ଦ୍ଧା/ଜଟଣୀ: ଜଟଣୀର ଅଗ୍ରଣୀ ସାମାଜିକ ସଂଗଠନ “ମୋ ପରିବାର”ର ପ୍ରତିଷ୍ଠାତା ଶୁଭେନ୍ଦ୍ର ଶତପଥୀଙ୍କ ନୀତି ନିୟମ ଓ ସଂସ୍କାର ପାଇଁ ସବୁବେଳେ ନିଆରା କାର୍ଯ୍ୟ ପାଇଁ ପ୍ରଶଂସା ହେବା ସହ ସମ୍ବର୍ଦ୍ଧିତ ହେଉଛି l ତୁଳସୀକ୍ଷେତ୍ର କେନ୍ଦ୍ରାପଡା ଜିଲାର ସାମାଜିକ ସଂଗଠନ ଓଡ଼ିଶା ସାଇନ ଫାଉଣ୍ଡେସନର ପ୍ରଥମ ବାର୍ଷିକ ଉତ୍ସବ ବଡ଼ କୋଲହା ରାଜନଗର ସ୍ଥିତ ଭଗବାନ ତିରୁପତି ବାଲାଜୀ ମନ୍ଦିର ପରିସରରେ ଆୟୋଜନ ହୋଇଥିଲା l ଓଡ଼ିଶା ସାଇନ ଫାଉଣ୍ଡେସନ୍ ଟ୍ରଷ୍ଟର ରାଜ୍ୟ ସ୍ତରୀୟ ବାର୍ଷିକ ଉତ୍ସବରେ ଉତ୍କଳମଣି ସେବା ସମ୍ମାନରେ” ମୋ ପରିବାର”କୁ ସମ୍ମାନୀତ କରାଯାଇଥିଲା l

“ମୋ ପରିବାର” ସଦସ୍ୟ ଭବାନୀ ଶଙ୍କର ସୁରଜିତ ସମ୍ମାନ ଗ୍ରହଣ କରିଥିଲେ l ଆୟୋଜିତ କାର୍ଯ୍ୟକ୍ରମରେ ଟ୍ରଷ୍ଟର ପ୍ରତିଷ୍ଠାତା ତପନ କୁମାର ମହାନ୍ତିଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥିଗଣ ଉପସ୍ଥିତ ଥିଲେ l ସମାରୋହରେ ଓଡିଶାର ପ୍ରତିଷ୍ଠିତ ସମାଜସେବୀ ଓ ସାମାଜିକ ସଂଗଠନ ମାନଙ୍କୁ ସମ୍ମାନୀତ କରାଯାଇଥିଲା l ସମ୍ମାନ ଗ୍ରହଣ କରିବା ପରେ “ମୋ ପରିବାର”ର ପ୍ରତିଷ୍ଠାତା ଶୁଭେନ୍ଦ୍ର ଶତପଥୀ ଅନୁପସ୍ଥିତ ଥିବାରୁ ବାର୍ତ୍ତା ମାଧ୍ୟମରେ ଟ୍ରଷ୍ଟର ସମସ୍ତ କର୍ମକର୍ତ୍ତା ମାନଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି l




