
ଭୁବନେଶ୍ୱର ,ଆଜି ୨୪କ୍ୟାରେଟ ସୁନାର ଦାମ୍ ୧୦ଗ୍ରାମ୍ ପ୍ରତି ୨୦୭୦ଟଙ୍କା ବୃଦ୍ଧି ପାଇ ୧ଲକ୍ଷ ୬୧ହଜାର ୩୫୦ଟଙ୍କାରେ ପହଞ୍ଚିଛି ।
ଗତକାଲି ୨୪କ୍ୟାରେଟ ସୁନାର ଦାମ୍ ୧ଲକ୍ଷ ୫୯ହଜାର ୨୮୦ଟଙ୍କା ରହିଥିଲା ।
ସେହିପରି ୨୨କ୍ୟାରେଟ ସୁନାର ଦାମ୍ ଆଜି ୧୯୦୦ ଟଙ୍କା ବୃଦ୍ଧି ଘଟିଛି।
୨୨କ୍ୟାରେଟ ସୁନାର ଦାମ୍ ୧ଲକ୍ଷ ୪୭ହଜାର ୯୦୦ ଟଙ୍କା ହୋଇଛି ।
ଗତକାଲି ଏହାର ଦାମ୍ ୧ଲକ୍ଷ ୪୬ହଜାର ଟଙ୍କା ରହିଥିଲା।
ଗତ ଦୁଇ ଦିନ ହେବ ଦର ହ୍ରାସ ହୋଇଥିବାରୁ ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି କରିଛି ।
ଅନ୍ୟପଟେ ରୂପା ଦର ମଧ୍ୟ ବୃଦ୍ଧି ଘଟିଛି।
ରୂପା ଦର ୧୦ ହଜାର ଟଙ୍କା ବୃଦ୍ଧି ଘଟି କିଲୋଗ୍ରାମ୍ ପିଛା ୩ଲକ୍ଷ ଟଙ୍କାରେ ପହଞ୍ଚିଛି ।
ଗବାରମ୍ବାର ସୁନା ଓ ରୂପା ଦରରେ ପରିବର୍ତ୍ତନ ହେଉଥିବାରୁ ଗ୍ରାହକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।




