Uncategorized
କଟକରେ ଭୂକମ୍ପର ଝଟକା – Bastabbadi


ଭୁବନେଶ୍ବର: ଭୂକମ୍ପରେ ଥରିଲା କଟକ । ଭୟରେ ଘରୁ ବାହାରକୁ ପଳାଇ ଆସିଲେ ଲୋକେ । ବର୍ତ୍ତମାନ ଯାଏଁ ଭୂକମ୍ପର ତିବ୍ରତା କେତେ ରହିଥିଲା । ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ସୂଚନା ଅନୁଯାୟୀ, ମଧ୍ୟାହ୍ନ ୧.୨୦ ମିନିଟ ସମୟରେ ଦେଶର କୋଲକାତା ଆଦି ଅନେକ ସ୍ଥାନରେ ଭୂକମ୍ପର ଝଟ୍କା ଅନୁଭୂତ ହୋଇଥିଲା । ଉତ୍ତର-ପୂର୍ବ ରାଜ୍ୟର ଅନେକ ଅଞ୍ଚଳରେ ଭୂକମ୍ପ ଝଟ୍କା ହୋଇଥିଲା । ଯାହାର ତିବ୍ରତା ୫.୪ ରେକର୍ଡ କରାଯାଇଛି । ଏହିକ୍ରମରେ କଟକରେ ମଧ୍ୟ ଭୂକମ୍ପ ଝଟ୍କା ଅନୁଭୂତ ହୋଇଥିଲା । ତେବେ କେତେ ତିବ୍ରତାରେ ଭୂକମ୍ପ ଝଟ୍କା ହୋଇଛି । ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ସ୍ଥାନେ ସ୍ଥାନେ ଲୋକ ବାହାରକୁ ଆସିଥିବାର ଦେଖିବାକୁ ମିଳିଥିଲା । ଏମିତିକି ଲୋକ ଭୟରେ କିଛି ସମୟ ପାଇଁ ବାହାରେ ଛିଡ଼ା ହୋଇଥିଲେ ।




