ଓଡ଼ିଶା

ସମାଧାନ ହେବ ମହାନଦୀ ସମସ୍ୟା: ଏଜି ପୀତାମ୍ବର ଆଚାର୍ଯ୍ୟ

ଭୁବନେଶ୍ବର: ସମ୍ବଲପୁରରେ ମହାନଦୀ ଟ୍ରିବ୍ୟୁନାଲର ବୈଠକ ପରେ ଏଜି ପୀତାମ୍ବର ଆଚାର୍ଯ୍ୟ ପ୍ରତିକ୍ରିୟା ରଖି କହିଛନ୍ତି, ମହାନଦୀ ସମସ୍ୟାର ସମାଧାନ ହେବ । ଓଡିଶାବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସମସ୍ୟାର ସମାଧାନ କରାଯିବ ।

ସମାଧାନର ବାଟ ଖୋଜା ଚାଲିଛି, ମୁଁ ଆଶାବାଦୀ ନିଶ୍ଚୟ ସମାଧାନ ହେବ । ନୂଆ ସରକାର ଆସିବା ପରେ ଉଦ୍ୟମ ଆରମ୍ଭ କରିଛନ୍ତି । ଦୁଇ ରାଜ୍ୟ ମଧ୍ୟରେ ଆପୋଷ ମିଳାମିଶା ଜରିଆରେ ସମାଧାନ ହେବ । ଓଡିଶାବାସୀ ମହାନଦୀ ଜଳର କିପରି ସୁବିନିଯୋଗ କରିବେ ବ୍ୟବସ୍ଥା ହେବ । ଓଡିଶା ନିଶ୍ଚୟ ତାର ହକ ପାଇବ , ଏଥିପାଇଁ ଉଦ୍ୟମ ଜାରି ରହିଛି ।

Related Articles

Back to top button