ମୋବାଇଲ ନ୍ୟୁଜ 24×7 ; ରାଜ୍ୟସଭା ପ୍ରାର୍ଥୀ ଘୋଷଣା ପରେ ପ୍ରତିକ୍ରିୟା ରଖିଲେ ସୁବାସିନୀ ଜେନା, ମନୋରମା ମହାନ୍ତି
ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ଦଳର ସଭାପତି ନବୀନ ପଟ୍ଟନାୟକ ୨ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ସେମାନେ ହେଉଛନ୍ତି ସଂତୃପ୍ତ ମିଶ୍ର ଏବଂ ଡାକ୍ତର ଦତ୍ତେଶ୍ୱର ହୋତା । ସଂତୃପ୍ତ ବିଜେଡିରୁ ପ୍ରାର୍ଥୀ ହୋଇଥିବାବେଳେ ଦତ୍ତେଶ୍ୱରଙ୍କୁ ମିଳିତ ପ୍ରାର୍ଥୀ (କମନ୍ କ୍ୟାଣ୍ଡିଡେଟ୍) କରାଯାଇଛି । ୨ ପ୍ରାର୍ଥୀଙ୍କ ନାମ ଘୋଷଣା ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ବସ୍ତା ବିଧାୟିକା ଶ୍ରୀମତୀ ସୁବାସିନୀ ଜେନା ଏବଂ ନର୍ଲା ବିଧାୟିକା ଶ୍ରୀମତୀ ମନୋରମା ମହାନ୍ତି ।
ତେବେ ବିଜେପି ପ୍ରାର୍ଥୀ ଘୋଷଣା କରିବା ବାକି ଥିବାରୁ ଆଗକୁ ରାଜନୈତିକ ଦୃଶ୍ୟପଟ୍ଟ କିପରି ରହୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି ।




