ଅନ୍ତର୍ଜାତୀୟକ୍ରୀଡ଼ା
ଆସନ୍ତାକାଲି ସୁପର-8ରେ ଭାରତ-ୱେଷ୍ଟଇଣ୍ଡିଜ ଲଢ଼େଇ ।

ଭୁବନେଶ୍ୱର ,ଭାରତ ଓ ୱେଷ୍ଟଇଣ୍ଡିଜ୍ ଉଭୟ ଦଳ ଏପର୍ଯ୍ୟନ୍ତ ୨ଟି ଲେଖାଏଁ ମ୍ୟାଚ୍ ଖେଳି ୨ ପଏଣ୍ଟ ପାଇଛନ୍ତି।
ଦକ୍ଷିଣ ଆଫ୍ରିକା ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିସାରିଥିବା ବେଳେ, ଦ୍ୱିତୀୟ ଦଳ ଭାବେ କିଏ ଯିବ ତାହା ଆସନ୍ତାକାଲି ମ୍ୟାଚ୍ ସ୍ଥିର କରିବ।।
ଆସନ୍ତାକାଲି ସୁପର-8ରେ ଭାରତ-ୱେଷ୍ଟଇଣ୍ଡିଜ ଲଢ଼େଇ ରହିଛି।
ଏହି ମ୍ୟାଚ୍ ସେମିଫାଇନାଲ୍ ଯିବାକୁ ଗୁରୁତ୍ବପୂର୍ଣ୍ଣ। ସୂର୍ଯ୍ୟ ସେନା ସାମ୍ନାରେ ଏବେ କାରିବିଆନ୍ ସଙ୍କଟ ଠିଆ ହୋଇଛି।
ବିଜୟୀ ଦଳ ପାଇଁ ସେମିଫାଇନାଲ୍ ରାସ୍ତା ସେତେ ସହଜ ହେବ।ସେମି ଯିବାକୁ ହେଲେ ଭାରତ ପାଇଁ ଏହି ମ୍ୟାଚ୍ ଜିତିବା ଅତ୍ୟନ୍ତ ଜରୁରୀ।
ଦକ୍ଷିଣ ଆଫ୍ରିକାଠାରୁ ହାରିବା ପରେ ଜିମ୍ବାୱେ ବିରୋଧରେ ୭୨ ରନ୍ ର ବଡ଼ ବିଜୟ ହାସଲ କରି ଭାରତ ଜବରଦସ୍ତ କମ୍ ବ୍ୟାକ୍ କରିଛି।
ବିଶେଷ କରି ତିଲକ ବର୍ମାଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ବିରୋଧୀ ଦଳ ପାଇଁ ଚିନ୍ତାର କାରଣ ସାଜିଛି।
ୱେଷ୍ଟଇଣ୍ଡିଜ୍ ମଧ୍ୟ ଏକ ଦମଦାର ବିଜୟ ସହ ସୁପର-୮ ଅଭିଯାନ ଆରମ୍ଭ କରିଥିଲା।




