ୱେଷ୍ଟଇଣ୍ଡିଜକୁ ହରାଇ ସେମିଫାଇନାଲରେ ପହଞ୍ଚିଲା ଭାରତ


ନୂଆଦିଲ୍ଲୀ:କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସରେ ଖେଳାଯାଇଥିବା ସୁପର-୮ର ଶେଷ ମ୍ୟାଚ୍ ରେ ୱେଷ୍ଟଇଣ୍ଡିଜ୍ ଦଳକୁ ଭାରତ ୫ ୱିକେଟରେ ପରାସ୍ତ କରିଛି। ଟି-୨୦ ବିଶ୍ୱକପର ସୁପର-୮ର ଶେଷ ମ୍ୟାଚ୍ ରେ ଭାରତ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରୁଥିବା ୱେଷ୍ଟଇଣ୍ଡିଜ୍ ୨୦ ଓଭରରେ ୪ ୱିକେଟ୍ ହରାଇ ୧୯୫ ରନ୍ କରିଥିଲା। ୱେଷ୍ଟଇଣ୍ଡିଜ୍ ଦଳ ତରଫରୁ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ରୋଷ୍ଟନ୍ ଚେଜ୍ (୪୦) ଏବଂ ଶାଇ ହୋପ୍ (୩୨) ୱେଷ୍ଟଇଣ୍ଡିଜ୍ ପାଇଁ ୬୮ ରନ୍ ର ଓପନିଂ ପାର୍ଟନରସିପ୍ କରିଥିଲେ। ଭାରତ ପାଇଁ ଜସପ୍ରିତ ବୁମ୍ରା ୪ ଓଭରରେ ୩୬ ରନ୍ ଦେଇ ଦୁଇଟି ୱିକେଟ୍ ନେଇଥିଲେ। ୧୯୬ ରନ୍ ର ଟାର୍ଗେଟକୁ ପିଛା କରି ଅଭିଷେକ ଶର୍ମା ଏବଂ ସଞ୍ଜୁ ସାମସନ୍ ଭାରତୀୟ ଦଳକୁ ଭଲ ଆରମ୍ଭ ଦେଇଥିଲେ। ଉଭୟଙ୍କ ମଧ୍ୟରେ ୨୯ ରନ୍ ର ଓପନିଂ ପାର୍ଟନରସିପ୍ ହୋଇଥିଲା। ଅଭିଷେକ କେବଳ ୧୦ ରନ୍ କରିପାରିଥିଲେ। ଇଶାନ୍ କିଶାନ୍ ୬ ବଲ୍ ରେ ୧୦ ରନ୍ କରି ଆଉଟ୍ ହୋଇଥିଲେ। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୧୬ ବଲ୍ ରେ ୧୮ ରନ୍ କରି ଆଉଟ୍ ଥିଲେ। ତିଲକ ବର୍ମା ୧୫ ବଲ୍ ରେ ୨୭ ରନ୍ କରିବା ପରେ ପାଭିଲିୟନ ଫେରିଥିଲେ।




