Uncategorized

ୱେଷ୍ଟଇଣ୍ଡିଜକୁ ହରାଇ ସେମିଫାଇନାଲରେ ପହଞ୍ଚିଲା ଭାରତ

ନୂଆଦିଲ୍ଲୀ:କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସରେ ଖେଳାଯାଇଥିବା ସୁପର-୮ର ଶେଷ ମ୍ୟାଚ୍ ରେ ୱେଷ୍ଟଇଣ୍ଡିଜ୍ ଦଳକୁ ଭାରତ ୫ ୱିକେଟରେ ପରାସ୍ତ କରିଛି। ଟି-୨୦ ବିଶ୍ୱକପର ସୁପର-୮ର ଶେଷ ମ୍ୟାଚ୍ ରେ ଭାରତ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରୁଥିବା ୱେଷ୍ଟଇଣ୍ଡିଜ୍ ୨୦ ଓଭରରେ ୪ ୱିକେଟ୍ ହରାଇ ୧୯୫ ରନ୍ କରିଥିଲା। ୱେଷ୍ଟଇଣ୍ଡିଜ୍ ଦଳ ତରଫରୁ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ରୋଷ୍ଟନ୍ ଚେଜ୍ (୪୦) ଏବଂ ଶାଇ ହୋପ୍ (୩୨) ୱେଷ୍ଟଇଣ୍ଡିଜ୍ ପାଇଁ ୬୮ ରନ୍ ର ଓପନିଂ ପାର୍ଟନରସିପ୍ କରିଥିଲେ। ଭାରତ ପାଇଁ ଜସପ୍ରିତ ବୁମ୍ରା ୪ ଓଭରରେ ୩୬ ରନ୍ ଦେଇ ଦୁଇଟି ୱିକେଟ୍ ନେଇଥିଲେ। ୧୯୬ ରନ୍ ର ଟାର୍ଗେଟକୁ ପିଛା କରି ଅଭିଷେକ ଶର୍ମା ଏବଂ ସଞ୍ଜୁ ସାମସନ୍ ଭାରତୀୟ ଦଳକୁ ଭଲ ଆରମ୍ଭ ଦେଇଥିଲେ। ଉଭୟଙ୍କ ମଧ୍ୟରେ ୨୯ ରନ୍ ର ଓପନିଂ ପାର୍ଟନରସିପ୍ ହୋଇଥିଲା। ଅଭିଷେକ କେବଳ ୧୦ ରନ୍ କରିପାରିଥିଲେ। ଇଶାନ୍ କିଶାନ୍ ୬ ବଲ୍ ରେ ୧୦ ରନ୍ କରି ଆଉଟ୍ ହୋଇଥିଲେ। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୧୬ ବଲ୍ ରେ ୧୮ ରନ୍ କରି ଆଉଟ୍ ଥିଲେ। ତିଲକ ବର୍ମା ୧୫ ବଲ୍ ରେ ୨୭ ରନ୍ କରିବା ପରେ ପାଭିଲିୟନ ଫେରିଥିଲେ।

Related Articles

Back to top button