
ଭୁବନେଶ୍ୱର, ୦୫/୦୩/୨୦୨୬: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜିଠାରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତ କାଳରେ ଶାହ ରାଜ୍ୟର ତିନୋଟି ପ୍ରମୁଖ ସହର ଭୁବନେଶ୍ୱର, କଟକ ଏବଂ ପାରାଦୀପରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର ସୂଚନା ରହିଛି। ଶାହଙ୍କ ଏହି ଗସ୍ତକୁ ନେଇ ପ୍ରଶାସନିକ ସ୍ତରରେ ସୁରକ୍ଷା ବ୍ୟବସ୍ଥାକୁ ବେଶ୍ କଡ଼ାକଡ଼ି କରାଯାଇଛି।
ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଅମିତ ଶାହ କଟକ ମୁଣ୍ଡଳୀସ୍ଥିତ CISF ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏହା ବ୍ୟତୀତ ପାରାଦୀପ ଏବଂ ଭୁବନେଶ୍ୱରରେ ମଧ୍ୟ ତାଙ୍କର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।




