ଇରାନ ଉପରେ ଆମେରିକାର ଆକ୍ରମଣ ଜାରି ରହିବ।

ଭୁବନେଶ୍ୱର ,ଅଲ୍ଲୀ ଲାରିଜାନୀ ଆମେରିକା ରାଷ୍ଟ୍ରପତି, ଡୋନାଲ୍ଡ ଟ୍ରମ୍ପଙ୍କୁ ଧମକ ଦେଇଛନ୍ତି। ରବିବାର ଅଲି କହିଛନ୍ତି ଯେ ଖାମେନେଇଙ୍କୁ ହତ୍ୟା ପାଇଁ ଟ୍ରମ୍ପଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିବ। ଗତ ଫେବୃଆରୀ ୨୮ ରେ ଆମେରିକା ଏବଂ ଇସ୍ରାଏଲ୍ ପକ୍ଷରୁ ଇରାନ ଉପରେ ହୋଇଥିବା ଆକ୍ରମଣରେ ୮୬ ବର୍ଷୀୟ ନେତା ଖାମେନେଇଙ୍କ ମୃତ୍ୟୁ ଘଟିଥିଲା, ଯାହା ମଧ୍ୟପ୍ରାଚ୍ୟରେ, ଯୁଦ୍ଧ ପରିସ୍ଥିତି ସୃଷ୍ଟି କରିଛି।ଖାମେନେଇଙ୍କ ନିକଟତମ ସହଯୋଗୀ ଲାରିଜାନୀ ରବିବାର ‘ଏକ୍ସ’ରେ ପୋଷ୍ଟ କରି କହିଛନ୍ତି ‘ଆମେ ଆମ ନେତା ଏବଂ ଆମ ଲୋକଙ୍କ ରକ୍ତର ପ୍ରତିଶୋଧ ନିଶ୍ଚିତ ନେବୁ। ଟ୍ରମ୍ପଙ୍କୁ ଏହାର ମୂଲ୍ୟ ଦେବାକୁ ପଡ଼ିବ ଏବଂ ସେ ଦେବେ ମଧ୍ୟ।’ ତେବେ ଲାରିଜାନୀଙ୍କ ଏପରି ଧମକ ଉପରେ ପ୍ରତିକ୍ରିୟା ଦେଇ ଟ୍ରମ୍ପ କହିଛନ୍ତି ଲାରିଜାନୀ ଜାଣନ୍ତି ନାହିଁ ସିଏ କ’ଣ କହୁଛନ୍ତି। ଲାରିଜାନୀ କ’ଣ କହୁଛନ୍ତି କିମ୍ବା ସେ କିଏ, ସେ ବିଷୟରେ ମୋର କୌଣସି ଧାରଣା ନାହିଁ। ମୁଁ ଏଥିପ୍ରତି ଆଦୌ ଧ୍ୟାନ ଦେଉନାହିଁ ବୋଲି ଟ୍ରମ୍ପ କହିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଲାରିଜାନୀ,ପୂର୍ବରୁ ହିଁ ପରାଜିତ ହୋଇସାରିଛନ୍ତି। ଟ୍ରମ୍ପ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଇରାନ ଉପରେ, ଆମେରିକାର ଆକ୍ରମଣ ଜାରି ରହିବ।




