Uncategorized
CBSE ଢାଞ୍ଚାରେ ପ୍ରଥମ ଥର ପାଇଁ CHSE କରିବ ଇମ୍ପ୍ରୁଭମେଣ୍ଟ ପରୀକ୍ଷା


ଭୁବନେଶ୍ୱର: ଚଳିତ ବର୍ଷର ଯୁକ୍ତ ଦୁଇ ପିଲାଙ୍କୁ ପ୍ରଥମ କରି ମିଳିବ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ସୁବିଧା । ଯୁକ୍ତ ଦୁଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଦେଇପାରିବ ଇମ୍ପ୍ରୁଭମେଣ୍ଟ ପରୀକ୍ଷା । ଯେକୌଣସି ଗୋଟିଏ ବିଷୟରେ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଦେଇପାରିବ । ଫଳାଫଳ ବାହାରିବାର ଦୁଇ ମାସ ମଧ୍ୟରେ ଦେଇ ପାରିବେ ପରୀକ୍ଷା । ଏହି ସୂଚନା ଦେଇଛି ଉଚ୍ଚ ମଧ୍ୟମିକ ଶିକ୍ଷା ପରିଷଦ । ରାଜ୍ୟରେ ପ୍ରଥମ ଥର ପାଇଁ CHSEରେ ଇମ୍ପ୍ରୁଭମେଣ୍ଟ ସୁଯୋଗ ଦିଆଯିବ । ଚଳିତ ବର୍ଷ ଠାରୁ ଏହା ଲାଗୁ କରାଯିବ । ବିଶେଷ କରି ଯୁକ୍ତ ଦୁଇରେ ସମସ୍ତ ବିଷୟରେ ପାସ ହୋଇଥିବା ପିଲାମାନେ ଇମ୍ପ୍ରୁଭମେଣ୍ଟ ସୁଯୋଗ ପାଇପାରିବେ ।




