Uncategorized
ଗ୍ୟାସ୍ ନଥିବାରୁ ସତ୍ୟନଗର ଶ୍ମଶାନରେ ହେଇପାରୁନି ଶବ ସତ୍କାର


ଭୁବନେଶ୍ବର: ଭୁବନେଶ୍ୱର ସତ୍ୟନଗର ମଶାଣିରେ ଶବଦାହ ପାଇଁ ଗ୍ୟାସର ଅଭାବ ଦେଖାଯାଇଥିବା ବେଳେ ସମସ୍ୟାର ସମାଧାନ ନହେବା ଯାଏ କାଠରେ ଶବ ଦାହ ହେବ ବୋଲି କହିଛନ୍ତି, ଭୁବନେଶ୍ୱର ମେୟର ସୁଲୋଚନା ଦାସ । ୫ ଦିନ ହେବ ଗ୍ୟାସ୍ ନଥିବାରୁ ସତ୍ୟନଗର ଶ୍ମଶାନରେ ଶବ ଦାହ ବନ୍ଦ ରହିଥିଲା । ଏନେଇ ଖବର ପାଇବା ପରେ ମେୟର କହିଛନ୍ତି, ଗତକାଲି ଏ ସମ୍ବନ୍ଧରେ ମୁଁ ଅବଗତ ହେଲି, ଗ୍ୟାସ୍ ଅଭାବର ଆଜି ଆଉ କାଲି ଭିତରେ ସମାଧାନ ହୋଇଯିବ । ସେ ପର୍ଯ୍ୟନ୍ତ କାଠ ଜାଳେଣି ପର୍ଯ୍ୟାପ୍ତ ରହିଛି । ଅସୁବିଧା କିଛି ହେବାର ନାହିଁ । ଗ୍ୟାସ୍ ର ସମସ୍ୟା ଶେଷ ନହେବା ଯାଏ ସତ୍ୟନଗର ଶ୍ମଶାନରେ କାଠରେ ଶବଦାହ କରାଯିବ,” ବୋଲି ମେୟର କହିଛନ୍ତି ।




